ପନକା ସମାଜ ବୈଠକ

ଓଡ଼ିଆ ବାର୍ତ୍ତା/ ଉମରକୋଟ: ଧଡ୍ରା ଗ୍ରାମ (ଭିମାଗୁଡା) ଠାରେ  ସୁବାସ ପନକାଙ୍କ ସଭାପତିତ୍ବରେ ନଵରଙ୍ଗପୁର ଜିଲ୍ଲା ପନକା ସମାଜର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜନଜାତି ବିକାଶ ପରିଷଦର ଜିଲ୍ଲା ସଭାପତି  ଦଲସାଏ ସମରଥ, କଷାଗୁମୁଡା ଵ୍ଳକର ଧନଜିତ୍ ସମରଥ, ଝରିଗାଁ ଵ୍ଳକର ବନସିଂ ଧର ପନକା, ଲକ୍ଷ୍ମୀ ନାରାୟଣ ସୁନା, ଝାରସେମଲାରୁ କମଲ ସାଏ ପନକା, ପତିରାମ ପନକା, ଵେଲଝରିରୁ ଚୈତନ୍ୟ ପନକା, ଝାଡ଼ାଗୁଡାରୁ ଜଗଦିଶ ମାନିକପୁରି ପ୍ରମୁଖ ମଞ୍ଚାସୀନ ଥିଲେ।

ଅତିଥି ମାନେ ସମାଜର ଶିକ୍ଷା, କୁସଂସ୍କାର, ବାଲ୍ୟ ବିବାହ, ମଦ୍ୟ ପାନରୁ ଦୁରରେ ରହିବା, ଅନ୍ଧ ବିଶ୍ବାସର ଦୂରିକରଣ, ପୁଅକୁ ୨୨ବର୍ଷ ଓ ଝିଅଙ୍କୁ ୧୮ବର୍ଷ ହେଲେ ସେମାନଙ୍କୁ ନିଜ ସମାଜରେ ବିବାହ କରାଇବା, ସରକାରଙ୍କର ଯୋଜନା ଗୁଡିକ ଯେପରିକି ନିଜଜାତିରେ ପାଇବା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।

ଜିଲ୍ଲାର ପ୍ରତ୍ୟେକ ବ୍ଳକ ମଧ୍ୟରୁ ଉମରକୋଟ ଵ୍ଳକ ଵିରସାଡିରୁ ସୁକଚାଦ୍ ପନକା, ଡାବୁଗାଁ ଵ୍ଳକରୁ ହରିନାଥ ଦାସ୍, କଷାଗୁମୁଣ୍ଡା ଵ୍ଳକ ଵାଲେଙ୍ଗାରୁ ଧନପତି ସମରଥ, ଖାଣ୍ଡାପୁରିରୁ ସଭା ସିଂ ମିରିଗାନୀ, ପାପଡାହାଣ୍ଡି ଵ୍ଳକର ଛାଲିପିଟାଡଙ୍ଗରା ଦେଵ ମିରିଗାନି, ଝରିଗାଁ ଵ୍ଳକ ଏକାମ୍ଭାରୁ ପୂର୍ଣ୍ଣ ପନକା, କରମରିରୁ ଜଗଦିଶ ପନକା, ଡାବୁଗାଁ ଵ୍ଳକ ଡଙ୍ଗରିଗୁଡାରୁ ଭରତ କୁମାର ନାୟକ, ଝରିଗାଁ ଵ୍ଳକର କେରେଣ୍ଡିମାଲରୁ ଚୈନ ନାୟକ, ନଵରଙ୍ଗପୁର ଵ୍ଳକର ମନ୍ତ୍ରୀଗୁଡାରୁ ରନର ପନକାଙ୍କ ସମେତ ୧୦ ଗୋଟି ଵ୍ଳକର ନାୟକ, ପଇକ, ସମରଥ ଓ ସମାଜର ମୁଖ୍ୟ ମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.