ଗୋବିନ୍ଦରାମ କେଡ଼ିଆ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା; ଫାଇନାଲରେ ବାଜି ମାରିନେଲା ବାଲିଗୁଡ଼ା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ପଡିଆ ଠାରେ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୯/୨ ରବିବାର ଆରମ୍ଭ ହୋଇଥଲା ଗୋବିନ୍ଦରାମ କେଡିଆ ସ୍ମାରକୀ ଟି-୧୫ କ୍ରିକେଟ ପ୍ରତିଯୋଗିତା। ରବିବାର ୧୬/୨ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥଲା। ବାଲିଗୁଡ଼ା ଏକାଦଶ ଓ ଫ୍ରେଣ୍ଡସ ଏସୋସିଏସନ୍ ଭବାନୀପାଟଣା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଟସ ଜିଣି ଭବାନୀପାଟଣା ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ ହରାଇ ୧୪୨ ରନ କରିଥିଲା। ଜବାବରେ ବାଲିଗୁଡ଼ା ଏକାଦଶ ଧୁଆଁ ଧାର ବ୍ୟାଟିଂ କରି ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଖେଳି ୭ ୱିକେଟ ହରାଇ ବିଜୟୀ ହୋଇଥିଲା। ସନ୍ଧ୍ୟା ୫ ଘଣ୍ଟା ସମୟରେ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ର ସଭାପତି ନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ପଡିଆର ଉନ୍ନତି କରଣ ଓ ପଡିଆ ପାଇଁ ରାସ୍ତା ରେ ଗାଡୱାଲ ଓ ପୋଲ ନିର୍ମାଣ ପାଇଁ ଘୋଷଣା କରିଥିଲେ।

ଏଥିରେ ସମ୍ମାନୀତ ଅତିଥି ଭାବରେ ଯୁବ ଉଦ୍ୟୋଗପତି ବିମଲ କୁମାର କେଡିଆ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡ଼ିଆ, ଯୁବନେତା ପ୍ରଦୀପ କୁମାର ନାଏକ, ଯୁବ ନେତୃତ୍ବ ଦୀପୁ ପାତ୍ର, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଉଗ୍ରେସନ ଗଉଡ, କୁମୁଦଚନ୍ଦ୍ର ନାଏକ, ପ୍ରଫୁଲ୍ଲ କୁମାର ନାଗ, ଅନନ୍ତ ମାଝୀ ପ୍ରମୁଖ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ପରମାନନ୍ଦ ଗଉଡ, ଶ୍ରୀଧର ପଟ୍ଟନାୟକ ଅମ୍ପାୟର ଭାବରେ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ । ସୁବ୍ରତ ବିଶ୍ଵାଳ ସ୍କୋର ବୋର୍ଡ ଦାଇତ୍ୱ ନିର୍ବାହନ କରିଥିବା ବେଳେ ଭବାନୀଶଙ୍କର ବାଗ ଓ ଯୁଧିଷ୍ଠିର ପଟ୍ଟାୟକ ଧାରାବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ବରିଷ୍ଠ ସଦସ୍ୟ ପ୍ରହ୍ଲାଦ ସେଠୀ, ଭବାନୀଶଙ୍କର ବାଗ, ଜତୀନ ସା, ମାନସ ସା, ଆଶିଷ ବିଶ୍ୱାଳ, ବସନ୍ତ ମିଶ୍ର, ପିଣ୍ଟୁ ପଟ୍ଟନାୟକ, ଯଦୁ ନାଏକ ପ୍ରମୁଖଙ୍କ ସମେତ କ୍ଲବର ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ବେଷ୍ଟ ଆମ୍ପାୟର ଭାବରେ ପ୍ରେମାନନ୍ଦ ଗୌଡ, ମେନ୍ ଅଫ ଦ ମ୍ୟାଚ ଭାବରେ ବାଲିଗୁଡ଼ା ଟିମ ର ରାମ, ମ୍ୟାନ ଅଫ ଦ ସିରିଜ ଭାବରେ ବାଲିଗୁଡ଼ା ଟିମ ର ଅଭିଷେକ ଙ୍କୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରଯାଇଥିଲା। ଉପ ବିଜେତା ଫ୍ରେଣ୍ଡସ ଏସୋସିଏସନ୍ ଭବାନୀପାଟଣା ଏକାଦଶକୁ ଟ୍ରଫି ସହ ୨୫,୦୦୦ ଟଙ୍କା ଓ ଚାମ୍ପିଅନ ବାଲିଗୁଡ଼ାକୁ ଟ୍ରଫି ସହ ୪୦,୦୦୦ ନଗଦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.