ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲୁଥିବା ୧୬ତମ ରାମଧୁନ କପ ସର୍ବଭାରତୀୟ ଫୂଟବଲ ଚାମ୍ପିୟନସିପର ଆଜି ମ୍ୟାଚରେ ପୁଲ ଏ ର ପ୍ରଥମ ସେମି ଫାଇନାଲ ମ୍ୟାଚ ଭୁବନେଶ୍ଵର ଜଗା ୟୁନାଇଟେଡ ଓ କଟକ ମା ମଙ୍ଗଳା କ୍ଳବ୍ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି। ଭୁବନେଶ୍ବର ଜଗା ୟୁନାଇଟେଡ଼ କୁ ୫-୦ ଗୋଲରେ ହରାଇ କଟକ ମା ମଙ୍ଗଳା କ୍ଳବ୍ ଫାଇନାଲକୁ ପ୍ରଵେଶ କରିଛି। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଏସପି ଶ୍ରୀ ବିରେନ୍ଦ୍ର କୁମାର ନାଏକ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶ୍ରମ କମିଶନର ଶ୍ରୀ ଡିଲେଶ୍ୱର ଖାଖା ଯୋଗ ଦେଇ ଆଜିର ମ୍ୟାଚକୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଯୁବ ସଂଗଠକ ତଥା ସମାଜସେବୀ ଅରବିନ୍ଦ ବାରିକ, ଶ୍ରୀବତ୍ସ ମଲ୍ଲିକ, ପୋଲିସ କନଷ୍ଟେବଳ ସଂଘ ସଭାପତି ଦିନେଶ ମିଶ୍ର, ଯୁବନେତା ଅମିୟ ରଞ୍ଜନ ଦାଶ, ମାର୍ଚେଣ୍ଟ ଏସୋସିଏସନ୍ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ସଂପାଦକ ଗୁଣନିଧି ମେହେର, ଭୁବନେଶ୍ଵର ଜଗା ୟୁନାଇଟେଡ ଦଳର ଫ୍ରାଞ୍ଚାଇଜ୍ ବଗଳା ଜ୍ୱେଲର୍ସ ପ୍ରୋପାଇଟର ରୁପେଶ ଅଗ୍ରୱାଲା, କଟକ ଦଳ ର ଫ୍ରାଞ୍ଚାଇଜ୍ ନାଇସେଟ କମ୍ପ୍ୟୁଟର ଡାଇରେକ୍ଟର ରମଣ ପଧାନ, ଭେଟରାନ ଫୁଟବଲ୍ ଖେଳାଳୀ ପଞ୍ଚାନନ ସାହୁ, ଗଣେଶ ରାମ ମେହେର, ନରସିଂହ ରାଓ, ପବିତ୍ର ଖପର୍ଦ୍ୱାଜ୍ ଯୋଗଦେଇ ଖେଳାଳୀ ଓ ଆୟୋଜକ କମିଟି ଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ଦିଲ୍ଲୀପ ରାଉତ ଖେଳ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ଥନାପତି, ସୁବ୍ରତ ପୁରୋହିତ ଲାଇନ୍ସ ମ୍ୟାନ ଓ ଫୋର୍ଥ ଅଫିସିଆଲ୍ ଭାବେ ସଂଜନ ପୁରୋହିତ ସହଯୋଗ କରିଥିଲେ। ପ୍ରଭୁଦତ୍ତ କୁମ୍ଭାର୍ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ଦଳ ର ୧୮ ନମ୍ୱର୍ ଖେଳାଳୀ ବାପୁନି ବିନ୍ଧାଣି ଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲବ୍ ସଂପାଦକ ପୀୟୂଷ ପଣ୍ଡାଙ୍କ ତାତ୍ଵାବଧାନରେ ଅନୁଷ୍ଟିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ଵାଗତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ। ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।