କିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କଲା ସମାଜବାଦୀ ପାର୍ଟି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଣେ ଅବସର ପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ କମିଶନ ବସାଇବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତି ଯାଦବ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଓଡିଶା ସରକାର ଯେଉଁ ତିନିଜଣିଆ ସଚିବ ସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ତାହା ଧର୍ମକୁ ଆଖିଠାର ସଦୃଶ୍ୟ। କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାଇତ୍ୱହୀନ ମନ୍ତବ୍ୟ ଓ ନେପାଳ ଛାତ୍ର ଛାତ୍ରୀଙ୍କୁ ଉଦେଶ୍ୟ ମୂଳକ ଭାବେ ଦୁର୍ବ୍ୟବହାର ଓ ଧମକ ଦେଇ ଜୋର ଜବରଦସ୍ତ ନେପାଳ ପଠାଇବା ଘଟଣାକୁ ମଧ୍ୟ କଡା ନିନ୍ଦା କରିଛନ୍ତି। ଏତଦ୍ ବ୍ୟତୀତ କିଟ କର୍ତ୍ତୃପକ୍ଷ କାହିଁକି କଲେଜକୁ ସାଇନ – ଏ – ଡାଏ ଘୋଷଣା କରି ପୁନଶ୍ଚ ଏହାକୁ ପ୍ରତ୍ୟାହାର କଲେ ଏହା ସମସ୍ତଙ୍କୁ ଚକିତ କରିବା ସହ ସନ୍ଦେହ ଘେରକୁ ଟାଣି ନେଇଛି। ଆଉ ମଧ୍ୟ ଯେଉଁ କିଟ୍ କର୍ତ୍ତୃପକ୍ଷ ଆପତ୍ତି ଜନକ ମନ୍ତବ୍ୟ ଦେଇ ଭାରତ-ନେପାଳ ସମ୍ପର୍କ କ୍ଷୁର୍ଣ୍ଣ ଭଳି କାମ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ତତ ସହିତ କିଟ୍ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ସହ ଛାତ୍ର ଛାତ୍ରୀଙ୍କ ଉପରେ କିଟ୍ କର୍ତୃପକ୍ଷଙ୍କ ଆକ୍ରୋମଣାତ୍ମକ କାର୍ଯ୍ୟାନୁଷ୍ଠାନ ବନ୍ଦ ପାଇଁ ପୋଲିସ ତରଫରୁ ସୁରକ୍ଷା ପ୍ରଦାନ କରାଯାଉ। ଓଡିଶା ସରକାର ଭାରତର ଇଜତ ସହିତ ନଖେଳି ପଡୋଶୀ ଦେଶ ନେପାଳ ସହିତ ସୁସମ୍ପର୍କ ଆଣିବାକୁ ବିଚାର ବିଭାଗୀୟ ତଦନ୍ତ କରି ମୃତା ନେପାଳ ଛାତ୍ରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ସମାଜବାଦୀ ପାର୍ଟି ଦୃଢ଼ ଦାବି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.