ଏଥର ହାଇସ୍କୁଲ ନୁହେଁ କଲେଜ ପଡ଼ିଆରେ ହେବ ସର୍ବସାଧାରଣ ପତାକା ଉତ୍ତୋଳନ
କଳାହାଣ୍ଡି,୨୭/୭ : ମ.ରାମପୁର ପଞ୍ଚାୟତ ସମିତି ସଭାଗୃହରେ ବିଡ଼ିଓ ରୁମାନା ଜାଫ୍ରିଙ୍କ ଅଧ୍ୟକ୍ଷତାରେ ସ୍ବାଧିନତା ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥର ହାଇସ୍କୁଲ ପଡ଼ିଆରେ ମିନି ଷ୍ଟାଡ଼ିଅମ କାମ ଚାଲିଥିବାରୁ କଲେଜ ପଡ଼ିଆରେ ସର୍ବସାଧାରଣ ପତାକା ଉତ୍ତୋଳନ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଏପିଓ ଜୀତେଶ କୁମାର ତ୍ରିପାଠୀ ପୂର୍ବ ବର୍ଷର ବିବରଣୀ ଉପସ୍ଥାପନ କରିବା ପରେ ସଭାରେ ସମସ୍ତ ବିଭାଗର ଦାୟିତ୍ୱ ସବୁ ଅର୍ପଣ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ବିଭାଗର ପ୍ରତିଯୋଗୀତା ସମ୍ପନ୍ନ ହେବା ସହିତ ପ୍ୟାରେଡ଼ ପରେ ପରେ ହିଁ ଉଦଯାପନୀ ତଥା ପୁରସ୍କାର ବିତରଣୀ କରାଯିବା ପାଇଁ ସ୍ଥିର ହେଲା । ଆଲୋଚନା ସମୟରେ ସ୍ଥାନୀୟ ଥାନାଧିକାରୀ ଉତ୍ତମ କୁମାର ସାହୁ ମଂଚାସୀନ ରହିଥିବାବେଳେ ସରପଂଚ ଚିତ୍ତରଂଜନ ବାଗ, ସମିତିସଭ୍ୟ କବି ନାଗଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ ।