ସ୍ମୃତି
ସତ୍ୟଜିତ ସ୍ବାଇଁ
ସ୍ମୃତି
କେବେ ଶୀତ ସକାଳର କଅଁଳ କିରଣ,
କେବେ ପ୍ରଚଣ୍ଡ ଗ୍ରୀଷ୍ମର ତାତି
ସ୍ମୃତି ।
ସ୍ମୃତି
କେବେ ମନେ ସିଏ ଭରିଦିଏ ତୃଷ୍ନା,
କେବେ ଦେଇଯାଏ ଆତ୍ମତୃପ୍ତି
ସ୍ମୃତି ।
ସ୍ମୃତି
ପିଲାଦିନର ସେ’ଅଫେରା ବନ୍ଧୁଟେ,
ବୃଦ୍ଧବେଳର ସମ୍ପତ୍ତି
ସ୍ମୃତି ।
ସ୍ମୃତି
ଅତୀତକୁ ଧରି ଛାଇଟିଏ ପରି,
ସାଥେ ଚାଲେ ଆମ ନିତି
ସ୍ମୃତି ।