ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ପ୍ରଧାନମନ୍ତ୍ରୀ ଜନୌଷଧି ଦିବସ ସୋନପୁର ଠାରେ ଥିବା ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର ଠାରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସଦସ୍ୟ ଶ୍ରୀ ସୁଜିତ କୁମାର ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଦେଶବାସୀ ଙ୍କ ପ୍ରତି ଏକ ସୁନ୍ଦର ଉପହାର ଓ ଧନୀ ଲୋକଙ୍କ ଠାରୁ ଆରମ୍ଭ କରି ଗରୀବ ଶ୍ରମିକ କୃଷକ ମହିଳା ସମସ୍ତେ ଏହାର ସୁଯୋଗ ନେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ସିଡ଼ିଏମଓ, ଜିଲ୍ଳା ଡ୍ରଗ୍ସ୍ ନୀରିକ୍ଷକ, ବରିଷ୍ଠ ଓକିଲ ଶ୍ରୀ ବଳଦେବ ବେଦବାକ, ଶିତାଂଶୁ ମିଶ୍ରଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ଶେଷରେ ଜନୌଷଧି କେନ୍ଦ୍ରର ଶ୍ରୀ ସୁବାସ୍ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।