ଆନ୍ତର୍ଜାତୀୟ ଗ୍ରାହକ ଦିବସ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆନ୍ତର୍ଜାତୀୟ ଗ୍ରାହକ ଦିବସ ୨୦୨୫ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିସରରେ, ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଶ୍ରୀ ରକମ ଲୋକନାଥଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ, ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ରୀ ମୁରଲି ପରିଛା, ଶ୍ରୀ ଭଗବତ ପାଢ଼ୀ, ଶ୍ରୀ ଏମ: ବାଙ୍ଗାରୀ, ଶ୍ରୀ ବି: ଚଲପତି, ଶ୍ରୀ ମୋ ମିଶାଲ୍ ପ୍ରମୁଖ ଯୋଗଦେଇ ନିଜ ନିଜ ମନ୍ତବ୍ୟ ରଖିଥିଲେ । ମୁଖ୍ୟତଃ ଗ୍ରାହକର ମୌଳିକ ଅଧିକାର ଯେଉଁ ରହିଛି, ସେସବୁ ଅଧିକାର ସେମାନେ ପାଇବା ଦରକାର ବୋଲି କହି ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ । ଏ ସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଶାସନକୁ ଦେବା ପାଇଁ ନିଷ୍ପତ୍ତି ନିଆଯିବା ସମେତ ସ୍ମାର୍ଟ ମିଟର ଓ କିରାଣୀ ଚାର୍ଟ ବିଷୟରେ ଆଗାମୀ ଦିନରେ ସାତ ମାଇଲ ରେ ଲୋକ ସଚେତନା କାଯ୍ୟକର୍ମ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଶେଷରେ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.