ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକ ଆରୋହୀ ମୃତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ଘଟିଥିବା ଏକ ବାଇକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି | ମୃତକ ଉଦ୍ଧବ ପଧାନ (୫୫) ବୋଲି ଜଣାପଡିଛି | ଉଦ୍ଧବଙ୍କ ପୈତୃକ ଗ୍ରାମ ଜୁରାବନ୍ଧ ପଞ୍ଚାୟତ ଅଧିନ କେଓମାଲ ଗ୍ରାମ ହୋଇଥିବା ବେଳେ ସେ ପରିବାର ନେଇ ଶ୍ୱଶୁର ଘର ଗାଁ ଝିଙ୍କିଡୁଙ୍ଗୁରିରେ ଗତ ୧୨-୧୫ ବର୍ଷ ହେବ ରହି ଆସୁଥିଲେ | କୌଣସି କାମରେ ବାହାରକୁ ଯାଇ ଶନିବାର (ସମୟ ଜଣାପଡ଼ି ନାହିଁ) ଝିଙ୍କିଡୁଙ୍ଗୁରିକୁ ବୁଲେଟ ଯୋଗେ ଫେରୁଥିବା ବେଳେ ବୁଲେଟଟି ଭାରସାମ୍ୟ ହରାଇ ଏକ ନିମ୍ୱ ଗଛରେ ପିଟିହୋଇଥିଲା | ରବିବାର ସକାଳେ ଉଦ୍ଧବଙ୍କୁ ବୁଲେଟ ସହ ରାସ୍ତା ପାର୍ଶ୍ଵ ବିଲ ମଧ୍ୟରେ ପଡ଼ିଥିବା ଲୋକେ ଦେଖିବାରୁ ଦୁର୍ଘଟଣା ସମ୍ବନ୍ଧରେ ଜଣାପଡ଼ିଥିଲା | ଖବର ପାଇ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ, ସଇଁତଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଲେଟକୁ ଜବତ କରିବା ସହ ମର ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.