ତ୍ରିରତ୍ନ ବୌଦ୍ଧ ମହାସଂଘ ପକ୍ଷରୁ ଧମ୍ମ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ନାନେରୀ ଗୁଡା ଶିକ୍ଷା ପରିସରରେ ତ୍ରିରତ୍ନ ବୌଦ୍ଧ ମହାସଂଘ (କଳିଙ୍ଗମିତ୍ର) ଶାଖା ପକ୍ଷରୁ ଚାରି ଦିନିଆ ଧମ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ରାୟଗଡା ଏବଂ ବାହାର ଅଞ୍ଚଳରୁ ଶତାଧିକ ପରିବାର ଯୋଗ ଦେଇଥିଲେ l ଧମ୍ମ ଶିବିରରେ ବାବାସାହେବ ଡ଼ଃ ଆମ୍ବେଦକରଙ୍କ ଲିଖିତ ପୁସ୍ତକ “ମୁକ୍ତିର ମାର୍ଗ” ଓ “ଧମ୍ମର ବାଇସି ପ୍ରତିଜ୍ଞା” ଉପରେ ଶିକ୍ଷା ଦିଆଯାଇଥିଲା l ଏଥିସହ ମାନବତା, ନୀତିଶୀଳତା ଏବଂ ଧମ୍ମ ଉପରେ ଗଭୀର ଆଲୋଚନା କରାଯାଇଥିଲା l ଏଥିରେ ଧମ୍ମଚାରି ଅମିତାଇଉସ, ଧମ୍ମଚାରି ରତ୍ନକୁମାର, ଧମ୍ମଚାରି ଧମ୍ମସେନ ଓ ଧମ୍ମଚାରି ମୈତ୍ରୀରତ୍ନ ଉପସ୍ଥିତ ରହିଥିଲେ l ଏହି ଶିବିର ମାଧ୍ୟମରେ ଅନେକ ମଣିଷ ବୌଦ୍ଧ ଧମ୍ମ ଦର୍ଶନ ନୈତିକତା ବିଷୟ ଜାଣିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.