ମହୁଲ ଫୁଲର ଅଭାବୀ ବିକ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଞ୍ଚଳ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ, ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି । ବର୍ଷକୁ ଗୋଟିଏ ଥର ମାତ୍ର ଚାଷ ହେଉଥିବା ଧାନ ଫସଲକୁ ଛାଡିଦେଲେ କେତେକ ଚାଷୀ ମୁଗ ଚାଷ କରି ଭଲ ଦୁଇ ପଇସା ଉପାର୍ଜନ କରିଥାନ୍ତି । ଆଉ କେତେକ ଚାଷୀ ଡାଲିରୁପେ ବ୍ୟବହାର ପାଇଁ ଡାଲି ଜାତୀୟ ଫସଲ ନିଜ ବ୍ୟବହାର ପାଇଁ କରିଥାନ୍ତି ।

Omkar Vasthu
Omkar Vasthu

ଏହାବାଦ୍ ଅନ୍ୟ ଅର୍ଥକାରୀ ଫସଲ ଭାବରେ ମହୁଲ ହିଁ ଗଣନାକୁ ଆସିଥାଏ । ବଣ ପାହାଡ ଓ ଜଙ୍ଗଲ ଯୁକ୍ତ ଗ୍ରାମ ଗୁଡିକୁ ଯଦି ବିଚାରକୁ ନିଆଯାଏ ତାହେଲେ ଅନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହକୁ ଯଦି ତୁଳନା କରାଯାଏ ଛୋଟ ଚାଷୀ ଏବଂ ଆଦିବାସୀଙ୍କୁ ବେଶ୍ ରୋଜଗାରକ୍ଷମ କରିଥାଏ ମହୁଲ ଫୁଲ । ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଦଭାଟି ରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି ସରକାର । କିନ୍ତୁ ମହୁଲର ଅଭାବୀ ବିକ୍ରୀ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସାଜିଛି ବାଧକ । ଶାାଗ ମାଛ ଦରରେ ଏହାକୁ କିଲୋଗ୍ରାମ ପ୍ରତି ୧୦ ରୁ ୧୨ ଟଙ୍କା ଓ ମାଣ ପ୍ରତି ୩୦ ରୁ ୩୫ ଟଙ୍କାରେ ବିକ୍ରୀ କରୁଛନ୍ତି ଲୋକେ । ମହୁଲ ସଂଗ୍ରହ ପାଇଁ ବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀ ପାଇଁ ସ୍ୱତନ୍ତ୍ର ନିୟମ ରହିଛି ।

Pearl dental clinic
Near Ashish Medical Store, Bhawanipatna

ମହୁଲ କ୍ରୟ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଏବଂ କିଛି ସରକାରୀ କର୍ମଚାରୀଙ୍କ ଗଠିତ କମିଟିରେ ମୂଲ୍ୟ ଧାର୍ଯ୍ୟ ହେବା କଥା । କିନ୍ତୁ ଏ ସବୁରେ ବ୍ୟତିକ୍ରମ ଦେଖାଯାଇଛି । ଗ୍ରାମାଞ୍ଚଳରେ ମଦଭାଟି ମାଲିକ ମାନେ କିଛି ଲୋକଙ୍କୁ ରଖି ଆଗୁଆ କମ୍ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି । ପରେ ନାମକୁ ମାତ୍ର କିଛି ମହୁଲ କିଣି ସରକାରୀ ଦପ୍ତରରେ ଦେଖାଣିଆ ଭାବ ଦେଖାଉଛନ୍ତି । ଲଘୁ ବନଜାତ ଦ୍ରବ୍ୟର ଦର ଦାମ କମି ଯାଉଥିବା ବେଳେ, ମହୁଲରେ ତିଆରି ସାମଗ୍ରୀର ମୂଲ୍ୟ ଯୋର ସୋରରେ ବଢୁଛି ।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲାର ନର୍ଲା ଓ ମ.ରାମପୁର ବ୍ଲକ୍ ଅଞ୍ଚଳରେ ରହିଥିବା ମଫସଲ ଗାଁ ଗୁଡିକର ଆଦିବାସୀ ଓ ଜନସାଧାରଣ ମହୁଲ ସଂଗ୍ରହ କରି ଆର୍ଥିକ ସ୍ଥିତିର ସନ୍ତୁଳନ ରକ୍ଷା କରିଥାନ୍ତି । ମହୁଲ ର ଅଭାବି ବିକ୍ରୀ ସେମାନଙ୍କ ପେଟ ପାଟଣା ପାଇଁ ବାଧକ ସାଜିଥିବା ଅଭିଯୋଗ ହେଉଛି । ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ବସି କ୍ରୟ ବିକ୍ରୟ ଉପରେ ଆଲୋଚନା ହେଉଥିଲା । ଏବେ କିଛି ବର୍ଷ ହେବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବା ପୂର୍ବରୁ ଭାଟି ମାଲିକ ମାନେ, ଏପରିକି କିଛି ଖୁଚୁରା ବ୍ୟବସାୟୀ ଗାଁ ଗାଁ ବୁଲି ମହୁଲ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଫଳରେ ସରକାରଙ୍କ ଧାର୍ଯ୍ୟମୂଲ୍ୟ ମୁତାବକ ପାଉଣା ପାଉନଥିବା ଯୋଗୁଁ ସେମାନଙ୍କର ପରିବାରର ଗୁଜୁରାଣ ମେଣ୍ଟାଇବା କାଠିକର ପାଠ ହେଉଛି ।

ଜିଲ୍ଲା ପ୍ରଶାସନ ଯଦି ଏହି ଦିଗପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତେ, ତାହେଲେ ମହୁଲର ଅଭାବୀ ବିକ୍ରୀ ଉପରେ ଅଙ୍କୁଶ ଲାଗି ପାରନ୍ତା ଏବଂ ଆଦିବାସୀ ଓ ଜନସାଧାରଣ ମହୁଲର ଉଚିତ୍ ମୂଲ୍ୟ ପାଇ ପାରନ୍ତେ । ଅନ୍ୟପକ୍ଷେ ଅବକାରୀ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଭାଟି ମାଲିକ ମାନେ ମନମୁତାବକ ମହୁଲ କିଣି ମଦ ତିଆରି କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିବା ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.