ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ଦବଦବା: ୩ ବିଦ୍ୟାର୍ଥୀ ଆଦର୍ଶ ପ୍ରବେଶିକା ପରିକ୍ଷାରେ ସଫଳ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟ ବିଦ୍ୟାର୍ଥୀ ଆଦର୍ଶ ବିଦ୍ୟାଳୟ ପରୀକ୍ଷା ଫଳରେ ନିଜ ଦବଦବା ଜାହିର କରିଛନ୍ତି | ଏହି ସ୍କୁଲର ଛାତ୍ରୀ ତଥା ସଇଁତଲା ବ୍ଲକ ଲାଫେର ଗାଁର ଦିନେଶ ବାଗ ଓ କୁଞ୍ଜଳତା ଦୀପଙ୍କ ଝିଅ ଆରାଧ୍ୟା ବାଗ ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି | ସେହିପରି ମୁରିବାହାଲ ବ୍ଲକ ରେଙ୍ଗାଲି ଗାଁର ଟଙ୍କଧର ସାହୁ ଓ କୁମୁଦିନୀ ପାତ୍ରଙ୍କ ପୁଅ ବଙ୍କିମଚନ୍ଦ୍ର ସାହୁ, ସନ୍ଧିବାହାଲି ଗାଁର ତ୍ରିଲୋଚନ ମେହେର ଓ ପଙ୍କଜିନୀ ମେହେରଙ୍କ ପୁଅ ତରୁଣ ମେହେର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି | ଏହି ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ତଥା ଶୁଭେଛୁ ମହଲ ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି | ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି | କୃତି ଛାତ୍ରଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟ କର୍ତ୍ତ୍ରୁପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.