ବିଶ୍ଵନାଥପୁର ଓ ବନ୍ଧପାରୀ ଠାରେ ଶିଶୁବାଟିକାରେ ନାମ ଲେଖାଇବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜାତୀୟ ଶିକ୍ଷା ନୀତି ଆଧାରରେ ଏବର୍ଷ କେବଳ ପ୍ରଥମ ଶ୍ରେଣୀ ପିଲା ନୁହଁନ୍ତି ଶିଶୁବାଟିକା ପିଲା ମଧ୍ୟ ବିଦ୍ୟାଳୟରେ ନାମ ଲେଖାଇବେ।

ଏପ୍ରିଲ ୨ ତାରିଖ ରୁ ୫ତାରିଖ ପ୍ରଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ନିଆରା ଢଙ୍ଗରେ ସ୍ଵାଗତ କରାଯିବ।

ତେବେ ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକରେ ପ୍ରସ୍ତୁତି ଆରମ୍ଭ ସୋଇଥିବାବେଳେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ବିଶ୍ଵନାଥପୁର ଓ ବନ୍ଧପାରୀ ଠାରେ ନିମନ୍ତ୍ରଣ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏବଂ ଅଭିଭାବକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ଶ୍ରୀ ଛତ୍ରିଙ୍କ ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ, ଭାରତ ଭୁଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି,

ଚମ୍ପାଦେଇପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ, ବିଶ୍ଵନାଥପୁର କ୍ଲଷ୍ଟର ସଂଯୋଜକ ଦୁଃଖୀ ଶ୍ୟାମ ବାରିକ, ବନ୍ଧପାରୀ କ୍ଲଷ୍ଟର ସଂଯୋଜକ ତ୍ରିନାଥ ଶ୍ୟାମ କୁମାର, ବନ୍ଧପାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୁଧିଷ୍ଟିର ମହାନନ୍ଦ,

ବିଶ୍ଵନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଜୟ ରାୟ, ଗୌତମ ଦଣ୍ଡ ସେନା ପ୍ରମୁଖ ଉପସ୍ଥିତ ରହି ଅଭିଭାବକମାନଙ୍କୁ ନିମନ୍ତ୍ରଣପତ୍ର ବଣ୍ଟନ ସହ ପ୍ରବେଶ ଉତ୍ସବ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହି ନାମ ଲେଖାଇବା ନିମନ୍ତେ ସ‌ହ‌ଯୋଗ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.