ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାର ଠାରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ସ୍ୱିକୃତ ବାଲ ଉମଙ୍ଗ ଦୃଶ୍ୟ ସଂସ୍ଥା ସହିତ ଅନୁବନ୍ଧିତ କାର୍ଯ୍ୟକ୍ରମ ଯୁବକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ ତ୍ରିଦିବସୀୟ କାର୍ଯ୍ୟକ୍ରମ ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଗତ ୨୪ ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା କରାଇବା ସହିତ ନୀୟମିତ ସ୍ୱସ୍ଥ୍ୟ ପରୀକ୍ଷା ଓ ମୂଲ୍ୟାଙ୍କନର ଉପଯୋଗିତା ଉପରେ ଆଲୋଚନା କରାଯାଇଥିଲା। ମାନବ ସମ୍ବଳର ବିକାଶରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯାଇପାରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅଧିକାରୀ ଅଧ୍ୟାପକ ପ୍ରତାପଚନ୍ଦ୍ର ଦାଶ ଦିଲ୍ଲୀରେ ଏହି ସଂପର୍କୀତ କର୍ମଶାଳାରେ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କରିଥିଲେ। ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍‌ଏସ୍‌ଏସ୍ ଅଧିକାରିଣୀ ସୁଶ୍ରୀ ସରିତା ପଟେଲଙ୍କ ଦ୍ୱାରା ରାଜ୍ୟରେ ତଦାରଖ ହୋଇ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଜାରିରହିଛି। ଏଥିପାଇଁ ଅଧ୍ୟାପକ ପ୍ରତାପଚନ୍ଦ୍ର ଦାଶ ଏନ୍‌ଏସ୍‌ଏସ୍ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କାର୍ଯ୍ୟକ୍ରମରେ ଅଧ୍ୟାପକ ଶୁଭେନ୍ଧୁ କୁମାର ପାଢୀ, ପରମେଶ୍ୱର ମୁଣ୍ଡ, ସୁଶାନ୍ତ କୁମାର ଦାଶ, ନାଜନିନ୍ ସୁଲ୍‌ତାନା, ଦିନବନ୍ଧୁ ନାଗ ପ୍ରମୁଖ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.