ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଯାପନୀ ସମାରୋହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସ୍ନାତକ ମହିଳା ମହାବିଦ୍ୟାଳୟ ଧର୍ମଗଡ଼ ପରିସରରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗଦାନ କରିଥିଲେ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଧର୍ମଗଡ ଶାଖାର ପରିଚାଳିକା ବ୍ରହ୍ମ କୁମାରୀ ଦୁଲଣୀ । ଶାରିରୀକ ସହିତ ନିଜ ମନକୁ ଈଶ୍ୱରଙ୍କ ନିକଟରେ ସଂଯୋଗ କରି ପାରିଲେ ନିଶ୍ଚିତ ଭାବେ ସଫଳ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଠ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଦୁଇ ଜଣ ଟ୍ରେନର ଜଳି ପରାଭୋଇ ଏବଂ କୁସୁମା ଗହୀର। ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗ ମୁଖ୍ୟ ଜୟନ୍ତୀ କୁମାରୀ ମୁଦୁଲି, ଇଂରାଜୀ ବିଭାଗ ମୁଖ୍ୟ ସରୋଜ କୁମାର ମେହେର, ଶିକ୍ଷା ବିଭାଗର ମୁଖ୍ୟ ସୁଜାତା ମହାନ୍ତି, ଗୃହ ବିଜ୍ଞାନର ଅଧ୍ୟାପିକା  ଅର୍ଚ୍ଚନା ଗୁଛି, ଇତିହାସ ବିଭାଗର ମୁଖ୍ୟ ପଦ୍ମାଳୟା ଦଣ୍ଡସେନା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅଧ୍ୟାପିକା ରୋଜାଲିନ ଚିହ୍ନାରା, ଝରଣା ପଧାନୀ, ସନ୍ଧ୍ୟା ବାରିକ, ପାଠାଗାର ମୁଖ୍ୟ ଶ୍ରୀଯୁକ୍ତ ଲକ୍ଷ୍ୟପତି ନାଏକ ଉପସ୍ଥିତ ଥିଲେ । ଓଡ଼ିଆ ବିଭାଗର ଅଧ୍ୟାପକ ଜୟଦ୍ରଥ ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଧନ୍ୟବାଦ୍ ଦେଇଥିଲେ ଅଧ୍ୟାପିକା ପଦ୍ମାଳୟା ଦଣ୍ଡସେନା । ଏଥିରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.