ନିମାଝୋଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ମାଝିଗୁଡା ପଞ୍ଚାୟତ ଅଧିନସ୍ତ ନିମାଝୋଲା ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଏହି ଉତ୍ସବରେ କଲ୍ୟାଣ ସିଂହପୁର (ଖ) ଜୋନ୍ ଜିଲ୍ଲାପରିଷଦ ଶ୍ରୀମତୀ ବି ଗୌରୀ ଦେବି ଙ୍କ ତରଫରୁ ଶ୍ରୀ ବି ମାଧବ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଝିଗୁଡା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ସୂର୍ଯ୍ୟ ନାଣାକା ଉପସ୍ଥିତ ରହିଥିଲେ | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାମଧର କୋଣ୍ଡାଗୋରୀ ଙ୍କ ଅଧକ୍ଷତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ମହାନନ୍ଦିଆ ବାର୍ଷିକ ବିବରଣୀ ପାଠରେ ବିଦ୍ୟାଳୟଟି ୧୯୫୩ ରେ ଏକ ଝାଟି ମାଟି କୁଡ଼ିଆ ରୁ ଆରମ୍ଭ ହୋଇ ୨୦୦୮ ରେ ସରକାରୀ ପ୍ରକଳ୍ପ ଉଛ ପ୍ରାଥମିକ ବିଦ୍ୟାଳୟ ଭାବେ ପରିଗଣିତ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଭିତ୍ତି ଭୂମି ରେ ଅଭାବ ରହିଛି ବୋଲି ମୋତ ବ୍ୟକ୍ତ କରିଥିଲେ | କାର୍ଯ୍ୟକ୍ରମରେ ପାଖା ପାଖି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହ ଏହି ବିଦ୍ୟାଳୟର ଦୁଇ ଶିକ୍ଷୟତ୍ରୀ ପି. ରେଣୁକା ଦେବୀ, ସୁଧାରାଣୀ କାଡ୍ରାକା ଉତ୍ସବଟି ସୁରୁଖୁରୁ ରେ ପରିଚାଳନା ନିମନ୍ତେ ସମ୍ପୂର୍ଣ ସୋହଯୋଗ କରିବା ସହ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଓ ପାଚେରୀ ନିର୍ମାଣ ନିମନ୍ତେ ମତବ୍ୟକ୍ତ କରିଥିଲା | ଏଠାକାର ଛାତ୍ର ଛାତ୍ରୀ ଙ୍କୁ ନେଇ ଆୟୋଜିତ ନୃତ୍ୟ ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.