ମହବିଷ୍ଣୁ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି|କୋକସରା (ରଜତ ବଂଶଲ/ ହିରଣ୍ୟ ବେହେରା): କାଳୀକୃଷ୍ଣ ସଂଘର ୪୨ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ତ୍ରିଦିନାତ୍ମକ ନବକୁଣ୍ଡୀୟ ବିଶ୍ବଶାନ୍ତି ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ କୋକସରା ବ୍ଲକ ଅନ୍ତର୍ଗତ ସାନପୋଡାଗୁଡା ଗ୍ରାମ ଠାରେ କଳସ ଯାତ୍ରା ସହ ଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଆଜି ସକାଳେ ପ୍ରାୟ ପାଞ୍ଚଶହ ମହିଳା କଳସ ଧାରଣ କରି ଆଚାର୍ଯ୍ୟ, ସଂକୀର୍ତ୍ତନ ମଣ୍ଡଳୀ ସହ ଗ୍ରାମ ପରିକ୍ରମା ପୂର୍ବକ କଳସ ଯାତ୍ରାରେ ସାମିଲ ହୋଇଥିଲେ। ଏହାପରେ ଯଜ୍ଞ ବେଦୀରେ ଆଚାର୍ଯ୍ୟ ଗଣ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରଥମ ଦିନର ପୂଜାବିଧି ସଂପନ୍ନ କରିଥିଲେ।ଏହାପରେ ସଂଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ତିନିଦିନ ଧରି ଆୟୋଜିତ କାର୍ଯ୍ୟକ୍ରମରେସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ନିର୍ଦ୍ଦେଶରେ ଆୟୋଜିତ ବିଶ୍ବ ଶାନ୍ତି ମହାବିଷ୍ଣୁ ଯଜ୍ଞରେ ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କ ଓ ବେଦବ୍ରହ୍ମାଙ୍କ ପ୍ରବଚନ କାର୍ଯ୍ୟକମ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଦୀକ୍ଷା ଗ୍ରହଣ,ମୁଣ୍ଡନ, ବ୍ରତ, ବିବାହ, କୁଣାବରୀ ଅନୁଷ୍ଠିତ ହେବ। ଏହି ଅବସରରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଛତିଶଗଡ଼ ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କ ସହିତ ସ୍ଥାନୀୟ ଆଧ୍ୟାତ୍ମିକ ପ୍ରେମୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.