ଘାଟିରେ ଓଲଟିଲା ବସ୍: ପୂର୍ବତନ ସରପଞ୍ଚ ମୃତ, ୪୫ ଯାତ୍ରୀ ଆହତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭାତ୍ରା): ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ମୁକୁନ୍ଦପୁର ଘାଟିଠାରେ ତୁଫାନ୍ ସ୍ଲିପର ନାମକ ଘରୋଇ ବସ୍ ଓଲଟି ପଡ଼ିଛି । ୫୦ରୁ ଉର୍ଦ୍ଧ ଯାତ୍ରୀ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ବସରେ ଯାତ୍ରା କରୁଥିଲେ | ସେହି ଛାତ୍ରୀ ଛାତ୍ର ମାନେ ମଧ୍ଯ ଆହୋତ ହୋଇ ପରୀକ୍ଷା ଦେଇପାରିଲେ ନାହିଁ । ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କ ଅବସ୍ଥା ଗଭୀର ଥିବାରୁ ସେମାନଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁ ଠାରୁ ତୁଫାନ୍ ନାମକ (ଓଡି-୨୧ଏ-୩୭୭୭) ନମ୍ବର ଘରୋଇ ବସ୍ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଟିକିରି ଅଭିମୁଖେ ଆସୁଥିଲା । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ଏହି ବସ୍‌ରେ ଛାତ୍ର ଛାତ୍ରୀ କୋଲନରା କୁ ଆସୁଥିଲେ । ଭୋର୍ ପ୍ରାୟ ୦୪ ଘଣ୍ଟା ୫୦ ମିନିଟ ରେ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କଲ୍ୟାଣସିଂହପୁର ବ୍ଲକ ବିନିଶପୁର ଗ୍ରାମର ରାମସିଂ କୁଲୁସିକା (ପୂଜାରୀଗୁଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ) ବୟସ ପ୍ରାୟ ୪୫ ବର୍ଷ ଦୁର୍ଘଟଣା ଗ୍ରସ୍ତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତୁଫାନ ଘୋରଇ ବସ ମାଲିକ ର ଦେଖା ନାହିଁ କି ପ୍ରଶାସନୀକ ଲୋକଙ୍କ ଦେଖା ନାହିଁ, ବସ ମାଲିକ ବ୍ରହ୍ମପୁର ସହରରେ ରହି ଆସି ନାହାନ୍ତି । ବିନିଶପୁର ଗ୍ରାମବାସୀ ତୁଫାନ୍ ବସ୍ ମାଲିକ ବସ ଚାଳକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.