ନାବାଳିକାକୁ ବଳାତ୍କାର ଅଭିଯୋଗରେ ଫରେଷ୍ଟର ଗିରଫ

ଓଡ଼ିଆ ବାର୍ତ୍ତା/ ପଦ୍ମପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଫରେଷ୍ଟର ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ଗୁଡ଼ାରୀ ରେଞ୍ଜ ଅଧିନରେ ଥିବା କେନ୍ଦୁଗୁଡ଼ା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ନରସିଂହ ଶତପଥି ବୟସ ୫୯ ହେବ ବୋଲି ସୂଚନା ମିଳିଛି | ଛାତ୍ରୀ ଜଣକ ବିଦ୍ୟାଳୟରୁ ନିଜ ଘରକୁ ଫେରୁଥିବା ସମୟରେ ସେ ବିଦ୍ୟାଳୟ ନିକଟରେ ଥିବା ଫରେଷ୍ଟର କାର୍ଯ୍ୟାଳୟକୁ ଡ଼ାକି  ବଳତ୍କାର କରିଥିବା ଅଭିଯୋଗ ହୋଇଥିଲା | ଛାତ୍ରୀ ଜଣକ କୌଶଳକ୍ରମେ ସେଠାରୁ ଖସିଆସି କାନ୍ଦି କାନ୍ଦି ଜେଜେ ମାଁକୁ ସବୁ କଥା କହିଥିଲା | ଏ ନେଇ ଜେଜେ ମାଁ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ | ଏହି ଘଟଣାକୁ ପୋଲିସ ଗୁରୁତର ଭାବେ ଅନୁସନ୍ଧାନ କରି ଅଭିଯୁକ୍ତ ଫରେଷ୍ଟରକୁ ଗିରଫ କରିଛନ୍ତି | ଆସନ୍ତା କାଲି ଉଭୟଙ୍କୁ ଡାକ୍ତରି ମାଇନା କରି ଅଭିଯୁକ୍ତ ଫରେଷ୍ଟରକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.