ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ସଭାପତି ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିଲା ବେଳେ ମୁଖ୍ଯ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ଯକ୍ଷା ପୁଷ୍ପାଞ୍ଜଳି ନନ୍ଦ ଓ ସମ୍ମାନିତ ଅତିଥି ସିନାପାଲି ବ୍ଲକ ଉପାଧ୍ଯକ୍ଷା ମୀନା ଘିଭେଲା, ବିଡ଼ିଓ କାର୍ମୀ ଓରାମ ଯୋଗ ଦେଇଥିଲେ ା କମିଟିର ସଦସ୍ଯ ଲଳିତ କୁମାର ସୁନାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏ ଅବସରରେ ନିଜ ମାଟିର ପ୍ରାଚୀନ ସଂସ୍କୃତି ଓ ଐତିହ୍ଯକୁ ଲୋକଲୋଚନ ଆଣାଯାଇ ପାରିଲେ ଏହା ବର୍ତ୍ତମାନର ଜନଜୀବନକୁ ଶୄଙ୍ଖଳିତ ଓ ସଂସ୍କାରିତ କରିପାରିବ ବୋଲି ମତ ପ୍ରକାଶ ପାଇଥିଲା ା ଆଜିର ସମାରୋହରେ ମଂଚ କଳାକାର ଦିଲ୍ଲୀପ କୁମାର କର ଓ ବିଭୁତି ଭୂଷଣ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବଂଶୀଧର ଜଗତ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ମନୋରଞ୍ଜନ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ଅବସରରେ ମହୋତ୍ସବର ସ୍ମରଣିକା ଉଦନ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ଏହାକୁ କନକ ବର୍ଦ୍ଧନ ସାହୁ ପରିଚାଳନା କରିଥିଲେ ା ସେହିପରି ଲୋଚନ ମେହେର ପୁରସ୍କାର ବିତରଣ ଓ ଅତୁଳ କୁମାର ପାତ୍ର ସମ୍ବର୍ଦ୍ଧନା ପ୍ରଦାନ କାର୍ଯକ୍ରମ ପରିଚାଳନା କରିଥିଲେ l ବୁଦ୍ଧଦେବ ମେହେର ଓ ରଶ୍ମିରଂଜନ ସା ମାନପତ୍ର ପଠନ କରିଥଲେ l ସଭା ପ୍ରାରମ୍ଭରେ ସଙ୍ଗୀତଜ୍ଞ ତ୍ରୀନାଥ ମେହେରଙ୍କ ସ୍ୱର ସଂଯୋଜନାରେ ସ୍ଵର ସଂଗମ କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା ା ସତ୍ଯସାଇ ସେବା ସମିତି ପକ୍ଷରୁ ବେଦପାଠ ଅନୁଷ୍ଠିତ ହୋଇ ଥିଲା l ସଭା ଶେଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସୁନାମଧନ୍ଯ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ା ସଭା ପୂର୍ବରୁ ମଧ୍ଯ ସ୍ଥାନୀୟ କଳାକାର ମାନେ ମଂଚରେ ନିଜ କଳା ପ୍ରଦର୍ଶନ କରିଥିଲେ ା ସେହିପରି ଆଜି ଦିନ ବେଳା ଅନୁଷ୍ଠିତ କବିତା ଆସରରେ ପ୍ରାୟ ସତୁରି ଜଣ କବି କବୟିତ୍ରୀ କବିତା ପାଠ କରିଥିଲେ ା