ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପୂଜ୍ୟପୂଜା ପରମ୍ପରା କ୍ରମରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଏକ ସାରସ୍ଵତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ମାକଲପୁରସ୍ଥିତ ‘ସ୍ରଷ୍ଟା ନାଟ୍ୟାଳୟ’ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବିଶିଷ୍ଟ କଥାକାର ନିବାରଣ ଜେନାଙ୍କ ଶୁଭ ଜନ୍ମଦିନ ଅବସରରେ ‘କଥା କାରିଗର’ ଶୀର୍ଷକ ଏକ ବିଚିତ୍ରା କାର୍ଯ୍ୟକ୍ରମର ଆୟୋଜନ ହୋଇ ଚରିତ ସଙ୍ଗୀତ, ବକ୍ତବ୍ୟ, ନାଟକ ଓ ସମ୍ବର୍ଦ୍ଧନା ମାଧ୍ୟମରେ ଶ୍ରୀଯୁକ୍ତ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ କଥାକାର ନିବାରଣ ଜେନା ଅନୁଷ୍ଠାନର ଏଭଳି ନିଆରା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚନାରେ ତଥା କଲ୍ୟାଣୀ ନନ୍ଦଙ୍କ ସ୍ଵର ସଂଯୋଜନାରେ ସୁସ୍ମିତା ପଣ୍ଡା, କବିତା ଜେନା, ଜେ ଶାନ୍ତି ବିଶି, ସୁବ୍ରତା ମହାନ୍ତି, ଗୀତାଞ୍ଜଳି ଶତପଥୀ, କୃଷ୍ଣା ପ୍ରଧାନ, ସ୍ନିଗ୍ଧା ସାମନ୍ତରାୟ, ଶାନ୍ତିଲତ ଲତା ପଣ୍ଡା, ପୁଷ୍ପଲତା ଚକ୍ରବର୍ତ୍ତୀ ପ୍ରମୁଖ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଗୁରୁ ଲକ୍ଷ୍ମୀଧର ଜେନା ତବଲାରେ ସହଯୋଗ କରିଥିଲେ।
ଏହି ଅବ ଅବସରରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଗଙ୍ଗାଧର ବିଶ୍ୱାଳ, ପ୍ରଶାନ୍ତ ଦାସ, ଶ୍ରୀଦେବ, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖୁଥିଲେ । ଡକ୍ଟର ତ୍ରିପାଠୀଙ୍କ ରଚିତ ତଥା ନିରଂଜନ ରାଉତଙ୍କ ନିର୍ଦ୍ଦେଶିତ ନାଟକ ‘କଥା କାରିଗର’ରେ ପଣ୍ଡିତ ସଂଜୟ ପଣ୍ଡା, ପ୍ରଭାକର କର ସାହୁ ଓ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅଭିନୟ କରିଥିଲେ। କବି ଜୁମରନାଥ ପାତ୍ର ସ୍ମାରକ ଭୂମିକା ନିର୍ବାହ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କବି ଦୀପକ ବୋଷ ସଂଯୋଜନା କରିଥିଲେ। କବି ପ୍ରଶାନ୍ତ ଦାସଙ୍କ ରଚିତ ‘ଜରି ଗୋଟେଇବା ଝିଅ’ ପୁସ୍ତକର ଛବିଶ ବର୍ଷ ପୂର୍ତି ପାଳନ କରାଯିବା ପରେ ଶେଷରେ ଯୁଗ୍ମ ସଂପାଦିକା ସୁବ୍ରତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।