ଲାଞ୍ଜିଗଡ଼,୩୦/୭ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଅନ୍ତର୍ଗତ ବୈଶ୍ୟସଙ୍ଘ ପେଣ୍ଠ ଗୃହ ବାଘ ଡୁଙ୍ଗିରିଠାରେ ‘ସମ୍ବାଦ-ଆମ ଓଡ଼ିଶା’ ଓ କଳିଙ୍ଗ ବୈଶ୍ୟ ଯୁବକ ସେବା ମହାସଙ୍ଘ ଓଡିଶା, କଳିଙ୍ଗ ବୈଶ୍ୟ ସଙ୍ଘ ଅମ୍ବାଦଳା ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ପାଇଁ ଆସନ୍ତା ଅଗଷ୍ଟ ୪ ତାରିଖ ରବିବାର ଦିନ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଳିଙ୍ଗ ବୈଶ୍ୟ ଯୁବକ ସେବା ମହାସଙ୍ଘ ଓଡିଶା ପେଣ୍ଠପୃଷ୍ଟି ବି. ଶୀମାଞ୍ଚଳ ପାତ୍ର, ସମ୍ପାଦକ ଏସ.ରାଜୀବ କୁମାର ପୁଷ୍ଟି, କୋଷାଧକ୍ଷ ସି.ଏଚ.ବିଜୟ ପାତ୍ର, ପଶ୍ଚିମାଞ୍ଚଳ ସଭାପତି ଏସ.ବଟକୃଷ୍ଣ ପୁଷ୍ଟି, ଉପଦେଷ୍ଟା ମଣ୍ଡଳୀର ବାରିଷ୍ଟ ସଦସ୍ୟ ସି.ଏଚ.ଧର୍ମରାଜ ପାତ୍ର, ବି. ଭେଙ୍କେଟେସ୍ୱର ପାତ୍ର ଓ କଳିଙ୍ଗ ବୈଶ୍ୟ ସଙ୍ଘ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ଅମ୍ବାଦଳା ସଭାନେତ୍ରୀ ଏସ.ଲିଲିବାଇ ପୁଷ୍ଟି, ସମ୍ପାଦିକା ଏସ.ରୋଜାଲିନି ପାତ୍ର, କୋଷଧକ୍ଷା ସି.ଏଚ.ଲଷ୍ମୀ ବାଇ ଚୌଧୁରୀ, କଳିଙ୍ଗ ବୈଶ୍ୟ ଯୁବକ ସେବାସଙ୍ଘ ଅମ୍ବାଦଳା ସମ୍ପାଦକ ଏସ.ଅଭିନାଶ ପୁଷ୍ଟି, କୋଷାଧକ୍ଷ ସି. ଏଚ.ରାଜାବାବୁ ପାତ୍ର ସମେତ ସେବା ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ରକ୍ତ ଦାନର ମହତ୍ବ ସମ୍ପର୍କରେ ବରିଷ୍ଟ ସଦସ୍ୟ ମାନେ ମତ ରଖିଥିଲେ।ସମ୍ବାଦ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ବି. ତିରୁପତି ପାତ୍ର ଧନ୍ୟବାଦ ଦେଇଥିଲେ।