ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୮୭ ହିତାଧିକାରୀ ସାମିଲ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା କାଡ୍ରାକା,ବିଡ଼ିଓ ମନୀଷା ଦାସ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ,ବ୍ଲକର ସମସ୍ତ ପଞ୍ଚାୟତର ଗ୍ରାମ ସେବକମାନେ ନିଜ ନିଜ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ନେଇ ଆସିଥିଲେ । ଏହି ଶୁଭ ଆରମ୍ଭ ରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୧୮୭ ଜଣକୁ ସାମିଲ କରାଯାଇଛି । ବିଶେଷ କରି ଏହି ଯୋଜନା ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ସହିଦଙ୍କ ପରିବାର, ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତି, ବନ୍ୟା, ବାତ୍ୟା ଏବଂ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା ବ୍ୟକ୍ତି ମାନଙ୍କୁ ସାମିଲ କରାଯିବ । ଏହା ଅନଲାଇନ୍ ଦ୍ୱାରା ଓ ଓ୍ବେବ୍ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓଙ୍କ ଦ୍ୱାରା ମଧ୍ୟ ପଞ୍ଜୀକୃତ କରିହେବ । ଦାରିଦ୍ର ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା ରାଜ୍ୟ ସରକାରଙ୍କ ଏକ ମହତ୍ଵାକାଂକ୍ଷୀ ଯୋଜନା । ବ୍ଲକରେ ତିନି ମାସକୁ ଥରେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟକ୍ରମ କରାଯିବ ବୋଲି ଜଣା ପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.