ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ପାଳିତ ହୋଇଛି ରାଷ୍ଟ୍ରୀୟ ନବବର୍ଷ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏନେଇ ଆୟୋଜିତ ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷକୁ ଝୁଟି ମୁରୁଜ ଏବଂ ଶଙ୍ଖଘଣ୍ଟ ବଜାଇ ଧୂମଧାମରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଂଘ ପ୍ରଚାରକ ଚକ୍ରଧର ରାଓ। ବରିଷ୍ଠ ଗୁରୁଜୀ ଜୟରାମ ସାହୁ, ଓ ଶିବ ପ୍ରଧାନଙ୍କ ସହଯୋଗରେ ବ୍ରଜଶିଳ୍ପୀଙ୍କ ଦ୍ୱାରା ସଂଗୀତ ପରିବେଷିତ ହୋଇଥିଲା। ବୌଦ୍ଧିକ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିଥିଲେ ରଶ୍ମିତା ପଣ୍ଡା, ସୁନିତା ରାଉଳ, ରଶ୍ମିତା ମିଶ୍ର, ମୋନାଲି ମହାପାତ୍ର ସନ୍ତୋଷିନୀ ଆଚାରୀ ଇତ୍ୟାଦି ଗୁରୁମା ଏବଂ ଶିଶୁ ଭାଇଭଉଣୀ। ଆକାର୍ଷଣୀୟ ଭାବରେ ବିଭିନ୍ନ ରଙ୍ଗରେ ଝୋଟି ଦେଇ ସ୍ୱାଗତ କରିଥିଲେ ସୁକାନ୍ତି ଗଉଡ଼, ଅନିତା ପଣ୍ଡା, ଜ୍ୟୋତି ସାମଲ। ଆଜିର ଦିବସର ମହତ୍ତ୍ୱକୁ ନେଇ ଅଳ୍ପ ସମୟ ମଧ୍ୟରେ ମୁଖ୍ୟ ଅତିଥି ଖୁବ ସୁନ୍ଦର ଭାବରେ ବକ୍ତବ୍ୟ ଦେଇଥିଲେ। ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସରିଥିଲା। ମଞ୍ଚ ପରିଚାଳନା କରିଥିଲେ ଆଚାର୍ଯ୍ୟା ବନଶ୍ରୀ ଦାଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାମନ୍ଦିର ପ୍ରମୁଖ ସୁଧୀର କୁମାର ନେଗୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.