କଳାହାଣ୍ଡି ଲେଖିକା ସଂଘର କାବ୍ୟୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ଆଭାସୀ ମାଧ୍ୟମରେ ନବବର୍ଷ କବ୍ୟୋତ୍ସବ ପାଳିତ ହୋଇଯାଇଛି। ଏଥିରେ ନିମନ୍ତ୍ରିତ ଅତିଥି ଭାବେ ରାଷ୍ଟ୍ରଦୀପର ସହ ସମ୍ପାଦିକା ତଥା ଗାଳ୍ପିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ବ୍ରହ୍ମ ନାଦ ଏବଂ ଶେଷରେ ଶାନ୍ତି ପାଠ କରିଥିଲେ କବୟତ୍ରୀ ଅନୀତା ମୁଣ୍ଡ। ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ କବୟତ୍ରୀ ଦୀପ୍ତି ମୁଣ୍ଡ। କବୟତ୍ରୀ ବନଶ୍ରୀ ଦାସଙ୍କ ସଂଯୋଜନାରେ କବୟତ୍ରୀ ପ୍ରଜ୍ଞା ପରିମିତା ଆଚାର୍ଯ୍ୟ, ଅନୀତା ମୁଣ୍ଡ, ଅର୍ଚ୍ଚନା ମିଶ୍ର, ଦୀପ୍ତି ମୁଣ୍ଡ, ଝରଣା ପାଢ଼ୀ, ପଦ୍ମିନୀ ବେହେରା, କଳ୍ପନା ରଥ, ସବିତା ଶତପଥୀ, ପ୍ରମୋଦିନୀ ପଣ୍ଡା, ରୀତା ପଟ୍ଟଯୋଷୀ, ପ୍ରେମ ଶୀଳା ବେହେରା, ସଂଯୁକ୍ତା ମୁଣ୍ଡ, ମିନତି ପ୍ରଧାନ, ତପସ୍ବୀନି ପଣ୍ଡା, କବିତା ମୁଣ୍ଡ, ବନଶ୍ରୀ ଦାସ, କବିତାଞଳି ପଣ୍ଡା, ସୁଦେଷ୍ଣା ପଣ୍ଡା, ନିବେଦିତା ମହାନ୍ତି, ସବିତା ଦାସ,ବିଦ୍ୟୁତ ଲତା ପଣ୍ଡାଙ୍କ ସହ କୋଡ଼ିଏରୁ ଉର୍ଦ୍ଧ୍ବ କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମର ମଧ୍ଯ ଭାଗରେ ପ୍ରାବନ୍ଧିକା ମୀନା ମୁଣ୍ଡ ରାଷ୍ଟ୍ରୀୟ ନବବର୍ଷ ପ୍ରବନ୍ଧ ପାଠକରି ସମସ୍ତଙ୍କୁ ନୂତନ ବର୍ଷ ସମ୍ପର୍କରେ ବହୁ ଗୁଢ଼ ତଥ୍ଯ ପ୍ରଦାନ କରିଥିଲେ। ସଂପାଦିକା ଆଗାମୀ ବର୍ଷ ପାଇଁ ଲେଖା ଆହ୍ବାନ କରିଥିଲେ। ଗୁଗୁଲ ମିଟ ସହାୟତା ଯୋଗାଇ ଥିଲେ କବୟତ୍ରୀ ମିନତି ପ୍ରଧାନ। ଧନ୍ୟବାଦ ଅର୍ପଣ କରିଥିଲେ କବୟତ୍ରୀ ସଂଯୁକ୍ତା ମୁଣ୍ଡ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସଭାପତି ସୁଦେଷ୍ଣା ପଣ୍ଡା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.