ସୋନପୁର ଗୋ ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଗୋରୁ ବଜାରରୁ ବେଆଇନ୍ ଗୋରୁ ଚାଲାଣ ରେ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ଜିଲ୍ଲା ଗୋ ଏବଂ ଗୋଚର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ପାଖକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥି ପାଇଁ ଆଜି ମଞ୍ଚର ଆବାହକ ତଥା ବରିଷ୍ଠ ଆଇନଜୀବି ପ୍ରମୋଦ କୁମାର ମହାପାତ୍ର ଙ୍କ ନେତୃତ୍ବରେ ଶତାଧିକ ବିକ୍ଷୋଭକାରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ଏଥିରେ ସଂପୃକ୍ତି ଥିବା ବ୍ୟକ୍ତିମାନେ ନିକଟରେ ବେଆଇନ୍ ଗୋରୁ ଚାଲାଣ ବେଳେ ସମ୍ବଲପୁର ପୋଲିସ ଦ୍ଵାରା ଗିରଫ ହୋଇ ଜେଲରେ ଥିବା ଗୋରୁ ବଜାର ର ଠିକାଦାର ନରେନ୍ଦ୍ର ମେହେର ସହ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଘନିଷ୍ଠ ସମ୍ପର୍କ ଥିବା ଦର୍ଶାଇ ଏ ଘଟଣାର ଚେର ସୁଦୁର ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ର ଅଭିଯୋଗ କରି ଏହାର ଏକ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକରି ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି। ଆଜିର ଏହି ବିକ୍ଷୋଭ ସମାବେଶ ରେ ପ୍ରମୋଦ କୁମାର ମହାପାତ୍ର, ଦୀପକ ମହାପାତ୍ର, ନବକୃଷ୍ଣ ଦନ୍ତା, ସନ୍ଦୀପ ମେହେର, ସୁକାନ୍ତ ସାହୁ, ସୁରେଶ ବିଶ୍ୱାଳ, ପର୍ଶୁରାମ ମିଶ୍ର, ପ୍ରଫୁଲ୍ଲ ସାହୁ ରଶ୍ମିରଞ୍ଜନ ଦାସ, ପ୍ରଫୁଲ୍ଲ ମେହେର, ରିଙ୍କୁ ପଣ୍ଡା, ବିକ୍ରମ କେଶରୀ ମିଶ୍ର, ବାବୁଲୁ ଭରାସାଗର ,ଦେବାଶିଷ ପୂଝାରୀଙ୍କ ସମେତ ଗୋ ସୁରକ୍ଷା ମଞ୍ଚର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.