ସୋନପୁର ରେଆରରେ ବିଶ୍ୱ ଅଟିଜିମ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଧୂବାମୁଣ୍ଡା ରେଆର ଦ୍ୱାରା ପରିଚାଳିତ ଡେ-କେୟାର ଥେରାପି କେନ୍ଦ୍ର ଠାରେ ବିଶ୍ୱ ଅଟିଜିମ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ ଯୋଗ ଦେଇ ଅଟିଜିମ ଜନ୍ମ ସମୟରେ ଜଣାପଡୁ ନ ଥିବାରୁ ସମସ୍ୟା ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ପ୍ରତି ଶହେ ଜଣ ରେ ଜଣେ ଶିଶୁ ଅଟିଜିମ ରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଯୋଗ ଦେଇ ଏହି ପ୍ରକାର ଶିଶୁ ଙ୍କ ସ୍ୱତନ୍ତ୍ର ଶିକ୍ଷା ବିଷୟରେ ଉଲ୍ଲେଖ କରିଥିଲେ। ସ୍ୱତନ୍ତ୍ର ପ୍ରଶିକ୍ଷିକା ସାଗରୀକା ଜାଲ ଅଟିଜିମ ଶିଶୁ ଙ୍କ ଚି଼ହ୍ନଟି କରଣ ବିଷୟରେ ଆଲୋଚନା କରିଥିଲା ବେଳେ ଭୌତିକ ଚିକିତ୍ସା ସମ୍ପର୍କ ରେ ପ୍ରିତୀମୟୀ ମିଶ୍ର ଓ ସର୍ଜନ ସେଠି ଉପସ୍ଥାପନା କରିଥିଲେ। ଶେଷରେ ସମରଥୀ ସେଠି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନାଲିକା ସୁନା, ଝିମି ପଧାନ, ଶବ୍ୟା ଜଗଦଲା, ଅମ୍ରିତେଶ ପଣ୍ଡା, ସୁନିତା ପେରା, ବିଶାଦିନୀ ମହାନନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.