ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ର ର ପୀଠ ସୋନପୁର ସହରର ପୂରାତନ ଖମ୍ବେଶ୍ଵରୀ ପୀଠରେ ଦଶ ମହାବିଦ୍ୟା ମୂର୍ତ୍ତି ପୁନଃ ସ୍ଥାପନ କରାଯାଇଛି। ସହରରେ ଥିବା ସର୍ବ ପୂରାତନ ସୁରେଶ୍ଵରୀ, ଖମ୍ବେଶ୍ଵରୀ ଓ ଭଗବତୀ ମନ୍ଦିର ରେ ଦେବୀ ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀ ରୂପରେ ପୂଜା ପାଇ ଆସୁଛନ୍ତି। ଖମ୍ବେଶ୍ଵରୀ ପୀଠରେ ସୁବର୍ଣ୍ଣପୁର ପ୍ରସିଦ୍ଧ ମହାବଳୀ ଯାତ୍ରା କାହିଁ ଆବାହମାନ କାଳରୁ ଅନୁଷ୍ଠିତ ହୁଏ। ଖମ୍ବେଶ୍ଵରୀ ମନ୍ଦିରଟି ବହୁ ପୁରୁଣା ହୋଇଥିବା ବେଳେ ମୁଖଶାଳା ମଣ୍ଡପଟି ୧୯୩୦ ମସିହାରେ ରାଜା ବୀରମିତ୍ର ପ୍ରତାପ ସିଂହଦେଓ ଙ୍କ ଦ୍ଵାରା ପ୍ରତିଷ୍ଠା କରିଥିଲେ। ଦୀର୍ଘ ୭୦ ବର୍ଷ ପରେ ପ୍ରାୟ ୧୯୯୮ ମସିହାରେ ମଣ୍ଡପଟି ଜରାଜୀର୍ଣ୍ଣ ଅବସ୍ଥା ରେ ଥିବାବେଳେ ସ୍ଥାନୀୟ କାଉନସିଲର ଦ୍ରୌପଦୀ ମେହେର ଙ୍କ ପ୍ରଚେଷ୍ଟାରେ ନୂତନ ମୁଖଶାଳା ମଣ୍ଡପ ତିଆରି ପାଇଁ ଯୋଜନା କରାଯାଇ ମଣ୍ଡପକୁ ଭଙ୍ଗା ଯାଇଥିଲା। ସେହି ସମୟରେ ସିମେଣ୍ଟରେ ତିଆରି ହୋଇଥିବା ଦଶ ମହାବିଦ୍ୟା ମୂର୍ତ୍ତି ପ୍ରାୟ ଭାଙ୍ଗି ଯାଇଥିଲା। ବହୁତ ବର୍ଷ ପରେ ମଣ୍ଡପଟି ତିଆରି କାମ ସଂପୂର୍ଣ୍ଣ ହୋଇଥିବା ବେଳେ କିନ୍ତୁ ଦଶ ମହାବିଦ୍ୟା ମୂର୍ତ୍ତି ପୁନଃ ସ୍ଥାପନ ହୋଇ ପାରି ନ ଥିଲା। ଗତକାଲି ପ୍ରଥମେ ସ୍ଥାନୀୟ ଟିକିରିପଡ଼ା ଘାଟରୁ କଳସ ଯାତ୍ରା ହୋଇଥିଲା। ପଣ୍ଡିତ କାଳୀଚରଣ ମିଶ୍ର ଏବଂ ଆଶିଷ ମିଶ୍ର ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ଦଶ ମହାବିଦ୍ୟା ମୂର୍ତ୍ତି ଯଥା ମା କାଳୀ, ତାରା, ଷଡୋଶୀ, ଭୁବନେଶ୍ଵରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ କର୍ତ୍ତା ଭାବରେ ବୈକୁଣ୍ଠ ଶତପଥୀ, ରାଜ କିଶୋର ତ୍ରିପାଠୀ, ପିଣ୍ଟୁ ରଥ, ସିମଞ୍ଚାଲ ରାଓ, ସୁରୁବାବୁ ଡାଙ୍ଗୁଆ ଓ ମନ୍ଦିର ର ପୂଜକ ସୁବାଷ ଚନ୍ଦ୍ର ନେଗୀ କାର୍ଯ୍ୟ ତୁଲାଇଥିଲେ। ସେହିପରି କମିଟି ପକ୍ଷରୁ ରାଜକିଶୋର ରାଓ, ଦେବାଶିଷ ପଟ୍ଟନାୟକ, କରୁଣାକର ସାହୁ, ଜଗଦୀଶ ମେହେର, ସୁବାଷ, ରାମେସୁ ରାଓ, ଶ୍ରୀନୁ ରାଓ, କୃଷ୍ଣଚନ୍ଦ୍ର ମେହେର, ଜଗଦିଶ ମେହେର, ରାଜା ରାମମୋହନ ପଟ୍ଟନାୟକ, ଚମରୁ ମେହେର, ପ୍ରଭାକର ମେହେର, ପ୍ରିନ୍ସ ମେହେର, ଅଶ୍ୱିନୀ ମେହେର, ଅମନ୍, ଲବ, ପ୍ରଭାକର ମେହେର, ଶାନ୍ତନୁ ମେହେର, ସୁବ୍ରତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।