ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ଲଳିତ କବି ଲକ୍ଷ୍ମୀନାରାୟଣଙ୍କ ଜନ୍ମ ଶତବାର୍ଷିକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଉତ୍ସବ, ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସଂପ୍ରତି ପାଳିତ ହୋଇଯାଇଛି। ଆୟୋଜକ ବିଭାଗ ତଥା ସ୍ନାତକୋତ୍ତର ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବରପୁତ୍ରଙ୍କ ଫୋଟଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଦସ୍ଯ ଡ଼କ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ଯବକ୍ତା ଭାବେ ଓ ଡ଼କ୍ଟର କରୁଣାକର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଦୁଇ ପୁତ୍ର, ଡକ୍ଟର ଗୋପୀନାଥ ମହାରଣା ଓ ଜିଲ୍ଲା ସେସନ ଜଜ୍ ଶ୍ରୀ ଆନନ୍ଦ ନାରାୟଣ ମହାରଣା ଉପସ୍ଥିତ ହୋଇ କବିଙ୍କ ବିବିଧ କୃତି ଉପରେ ଆଲୋକପାତ କରିଥିଲେ।

ଏଥିସହିତ କବିଙ୍କ ରଚନାଶୈଳୀ ଗୁଡ଼ିକର ବ୍ୟାଖ୍ୟା ଛାତ୍ରଛାତ୍ରୀଙ୍କ ପଠନ ଓ ଗବେଷଣାରେ କିପରି ଉପଯୋଗୀ ହୋଇପାରିବ, ସେ ସଂପର୍କିତ ସବିଶେଷ ଆଲୋଚନା କରାଯାଇଥିଲା। ଭାଷା ଓ ସାହିତ୍ଯ ବିଭାଗର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଏଥିରେ ସକ୍ରିୟ ସହଯୋଗ କରି ଏହି ଉତ୍ସବକୁ ସଫଳତାର ସହ ସଂପାଦନ କରିଥିଲେ।

ଶେଷରେ ସହକାରୀ ପ୍ରଫେସର ଡ଼କ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.