୧୪ରେ ଆମ୍ବେଦକର ଜୟନ୍ତୀ ପାଇଁ ବକ୍ତୃତା ପ୍ରତିଯୋଗିତା; ଏଓଏସସିଏଫ ପକ୍ଷରୁ ଜନସଚେତନତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ତମ ଜନ୍ମଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ (ଏଓଏସସିଏଫ) ନର୍ଲା। ଅପ୍ରେଲ ୧୪ ଆମ୍ବେଦକର ଜୟନ୍ତୀ ଅବସରରେ ନର୍ଲା ମାଉଣ୍ଟେନ କିଡସ ସ୍କୁଲ ଠାରେ ମହାବିଦ୍ୟାଳୟ ସ୍ତରରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ନର୍ଲା ବ୍ଲକ ଅଞ୍ଚଳର +୨ ଓ +୩ ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ। ଏହି ପ୍ରତିଯୋଗିତାର ବିଜୟୀମାନଙ୍କୁ ଏଓଏସସିଏଫ ପକ୍ଷରୁ ନଗଦ ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପଙ୍କ ନେତୃତ୍ୱରେ ଫେଡେରେସନର କାର୍ଯ୍ୟକର୍ତ୍ତାମାନେ ଗାଁ ଗାଁକୁ ଯାଇ ଜନସଚେତନତା ସୃଷ୍ଟି କରୁଥିବା ଦେଖାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସେମାନେ ସାକ୍ଷାତ କରି ପ୍ରତିଯୋଗିତାରେ ସାମିଲ ହେବାପାଇଁ ଆମନ୍ତ୍ରଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଦାର୍ପଣ କରିବାକୁ ବିଡ଼ିଓ, ବିଇଓ, ଏବିଇଓ, ବିଆରସି ପ୍ରମୁଖଙ୍କ ସହ ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ଦେଇଛନ୍ତି ନର୍ଲା ବ୍ଲକ ଏଓଏସସିଏଫ ସଭାପତି ରଘୁନାଥ ଦୀପ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.