ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସାନକେନ୍ଦୁଗୁଡା ଠାରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତାର ଏକ ଗୁରୁତ୍ୱପୁର୍ଣ୍ଣ ଲିଗ ମ୍ୟାଚରେ ବଡ଼ଘୁମର ଦଳ କୁ ହରାଇ ସାନକେନ୍ଦୁଗୁଡା ୨୯ ରନରେ ବିଜୟଲାଭ କରିଛି। ସାନକେନ୍ଦୁଗୁଡା ଦଳ ପ୍ରଥମେ ଟସ ଜିତି ନିର୍ଧାରିତ ୧୦ ଓଭରରେ ୬ ଉଇକେଟ ବିନିମୟରେ ୧୫୩ ରନ ସଂଗ୍ରହ କରିଥିଲା ତା ଜବାବରେ ବଡ଼ଘୁମର ଦଳ ୭ ଉଇକେଟରେ ୧୨୪ ରନ କରିବାକୁ ସମର୍ଥ ହୋଇଥିଲା । ଏହି ଖେଳରେ ଓସିଏ ପେନାଲ ଅମ୍ପାୟାର ତେଜନ ଦୁର୍ଗା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମାଁ ଠାକୁରାଣୀ କ୍ରିକେଟ କ୍ଲବର ସଭାପତି ନିର୍ମଳ ଗୋପାଳ, ପ୍ରାଥମିକ ଶିକ୍ଷକ ଯୋଗେଶ ମେହେର ଓ ଅକ୍ଷୟ କୁମାର ମେହେର ମଞ୍ଚାସିନ ଥିଲେ । ଅମ୍ପାୟାର ଭାବେ ରିଖିରାମ ଗୋପାଳ ଓ ନିରାକାର ଦୁର୍ଗା ଖେଳ ପରିଚାଳନା କରିଥିବାବେଳେ ସ୍କୋରିଙ୍ଗ ବୋର୍ଡରେ ପୁସ୍ତମ ବଣିଆ ଦାୟିତ୍ୱ ତୁଲାଇଥିଲେ । ଆୟୋଜକ କମିଟିର ସଦସ୍ୟ ଦ୍ରୋଣ ଗୋପାଳ, କରନ ଖମାରି, ମୋହନ ଖରସେଲ,ରଞ୍ଜନ ଗୋପାଳ, ପୁନମ ମାଝୀ, ବଳିଆର ଗୋପାଳ ପ୍ରମୁଖ ସହଯୋଗ କରିଥିଲେ । ଗ୍ରାମର ତଥା ଆଖପାଖର ଖେଳ ପ୍ରେମୀ ପ୍ରମୂଖ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପରିଲକ୍ଷିତ ହେଉଛି ।