ସୁଲିଆମାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ତାଳବାହାଲ ପଞ୍ଚାୟତ ସୁଲିଆମାଲ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଡ଼ୁମେରମୁଣ୍ଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଗସ୍ତିଚରଣ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି | ସରପଞ୍ଚ ନନ୍ଦିକିଶୋର ବଗର୍ତ୍ତୀ ମୁଖ୍ୟ ଅତିଥି, ସିଆରସିସି ଉପେନ୍ଦ୍ର ବେହେରା, ୱାର୍ଡ଼ ସଭ୍ୟ ପ୍ରସନ୍ନ ପଧାନ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ହରିବନ୍ଧୁ ଚଉଳିଆ, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ପଞ୍ଚୁ ଚଉଳିଆ, ଆଶାକର୍ମୀ ଶୈବ୍ୟା ରାଉତ ସମ୍ମାନିତ ଅତିଥି ରହିଥିଲେ | ବିଆରସିସି ନାରାୟଣ ଭୋଇ ମୁଖ୍ୟ ଵକ୍ତା ଭାବେ ଯୋଗଦେଇଥିଲେ |ବିଦ୍ୟାଳୟ ଛାତ୍ରୀଗଣ ସ୍ୱାଗତ ସଂଗୀତ ଗାନ କରିଥିଲେ | ପ୍ରଧାନ ଶିକ୍ଷକ ଅନନ୍ତ ବଗର୍ତ୍ତୀ ବାର୍ଷିକ ବିବରଣୀ ପାଠ କରିଥିଲେ | ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ | ସାଲେଦମକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କରୁଣାକର ସାହୁ ଅତିଥି ପରିଚୟ ଓ ଶିକ୍ଷକ ଗଣେଶ୍ୱର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ରାଧେଶ୍ୟାମ ମାଝୀ, ସୀତାରାମ ରଣା, ଗିରିଜାଶଙ୍କର ମାଝୀ, ଗରୁଡ଼ ଭୋଇ, ସହଦେଵ ଦନ୍ତା, ବୋନସ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.