ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଅଧ୍ୟାପକ ଡକ୍ଟର ରାକେଶ କୁମାର ବିଶି “ପଶ୍ଚିମ ଓଡ଼ିଶାର ଲୋକଗୀତ : ଏକ ସୌନ୍ଦର୍ଯ୍ୟତାତ୍ତ୍ଵିକ ଅଧୟନ” ଶୀର୍ଷକ ଗବେଷଣାତ୍ମକ ମହାନିବନ୍ଧ ଉପସ୍ଥାପିତ କରି ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତିବିହାରରୁ ଶିକ୍ଷାଜଗତର ସର୍ବୋଚ୍ଚ ଡିଗ୍ରୀ ଡି.ଲିଟ୍ (Doctor of Literature) ଉପାଧି ଲାଭ କରିଛନ୍ତି। ଏହି ମହାନିବନ୍ଧଟିର ବାହ୍ୟ-ପରୀକ୍ଷକ ଭାବରେ ଭୁବନେଶ୍ବର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ବାଇଁ, ସାକ୍ଷୀଗୋପାଳ ସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସବିତା ପ୍ରଧାନ ଏବଂ ପ୍ରାକ୍ତନ ପ୍ରଫେସର୍ ଡ. ନାରାୟଣ ସାହୁଙ୍କ ଦ୍ବାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଅଧ୍ୟାପକ ଡ. ବିଶି ସଂପ୍ରତି ସରକାରଙ୍କ ଦ୍ବାରା ନିଯୁକ୍ତି ପାଇ କେସିଙ୍ଗା ଡିଗ୍ରୀ ମହାବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଭାବରେ କାର୍ଯ୍ୟରତ। ସେ କେସିଙ୍ଗା ନଗରର ଜଣାଶୁଣା ଶିକ୍ଷାବିତ୍ ବିପିନ ବିହାରୀ ବିଶି ଓ କୁସୁମ ମଞ୍ଜରୀ ବିଶିଙ୍କ ଏକମାତ୍ର ପୁତ୍ର ସନ୍ତାନ ଅଟନ୍ତି। ଡ. ବିଶିଙ୍କ ଏହି ସଫଳତାରେ ତାଙ୍କ ପତ୍ନୀ ମାନସୀ ବିଶି, ଝିଅ ଅନନ୍ୟା ଅଳଙ୍କୃତା, ପୁଅ ଅଭିନନ୍ଦିତ ଅଭିନନ୍ଦନ ଜଣାଇଥିବା ବେଳେ କେସିଙ୍ଗା ସହର ତଥା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।