ଶିଶୁ ମନ୍ଦିର ସଇଁନ୍ତଲାର ୩୫ତମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁନ୍ତଳା ସରସ୍ଵତୀ ଶିଶୁମନ୍ଦିର ୩୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ, ଜିଲ୍ଲାପରିଷଦ ସଭ୍ଯ ପ୍ରମୋଦ କୁମାର ଭୋଇ, ସମାଜସେବୀ ଭିମସେନ ସ୍ବାଇଁ, ମୂଖ୍ଯ ବକ୍ତା ଲକ୍ଷ୍ମଣ ମେହେର, କବି ନାରାୟଣ ଜାଲ, ଶିକ୍ଷା ଅଧିକାରୀ ପ୍ରଦିପ କୁମାର ନାଗ, ସଭାପତି ପ୍ରମୋଦ ଜାଲ, ପ୍ରଧାନ ଗୁରୁଜୀ ହେମନ୍ତ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ବିଧାୟକ ଦୀପ ପ୍ରଜ୍ବଳନ କରିଥିଲେ ଓ ପରେ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ନୃତ୍ଯ, ସଂଗୀତ, ନାଟକ ପରିବେଷିତ ହୋଇଥିଲା।  କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ଦୀଲିପ ବଗର୍ତୀ, ସରୋଜ ବୈଠାରୁଙ୍କୁ ପୁରସ୍କୃତ କରାଯାଇ ଥିଲା। ପୁରାତନ ଛାତ୍ରଛାତ୍ରୀ ଗରୁଡ ଭାଟି, ନୂତନ ହୋତା, ସାଗର ଭୋଇ, ଝସକେତନ ବଗର୍ତି, ଗଣେଶ ବାଗ, ଯାଦବ ଭୋଇ, ପବିତ୍ର ଭୋଇ, ବେଣୁ, ଜୟନ୍ତି ରଥ, ଟିକେଶ୍ବରୀ ବୁଡେକ, ବବି, ସସ୍ମିତା ବୁଡେକ, ଅସିମା ବୁଡେକ, ଗୀତାଞ୍ଜଳୀ ପସାୟତ, ମାଣିକ ପଟ୍ଟନାୟକ, ସୀତାରାମ ପଧାନ ଓ ସମସ୍ତ ଗୁରୁଜୀ, ଗୁରୁମା, ସେବକ ସେବୀକା, ବାହନ ଚାଳକ ,ପରିଚାଳନ କମିଟିର ସଭ୍ଯ ଓ ଅଭିଭାବକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.