୧୫ ବର୍ଷରୁ କମ୍ ଇଣ୍ଟରକ୍ଲବ୍ ଫୁଟବଲ୍ ଚାମ୍ପିଅନସିପ୍ ଉଦଘାଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟରକ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ଉଦ୍ଘାଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗରେ ଅନୁଷ୍ଟିତ ଏହି ଟୁର୍ନାମେଣ୍ଟକୁ ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରି ଯୁବ କ୍ରୀଡା ପ୍ରତିଭା ସୃଷ୍ଟି କରିବାର ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବରେ ଡିଏସଓ ଚିତ୍ତ ରଞ୍ଜନ ମିଶ୍ର, ଭେଟରାନ ଫୁଟବଲ୍ ଖେଳାଳି ଗୋରେଖନାଥ ସାହୁ, କଇରୁ ସ୍ବାଇଁ, ଦିଲ୍ଲୀପ ଗୁରୁ, ଗୌରୀଶ୍ୟାମ ପଣ୍ଡା, ସତ୍ୟ ନାରାୟଣ ରାଓ, ଯୋଗ ଦେଇଥିଲେ। ଜିଲ୍ଲା ବିଭିନ୍ନ ବ୍ଳକରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଆଜି ଉଲୁଣ୍ଡାର ବିଏସଏ ଓ ଚରଦା ର ମା ଚରଦା କ୍ଲବ୍ ମଧ୍ୟରେ ପ୍ରଥମ ମ୍ୟାଚ ଓ କଙ୍କାଳି ଏଫସି ଜନମୁରା ଓ ନାରାୟଣପୁର ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି। ଉଭୟ ମ୍ୟାଚ୍ ଅମିମାଂସିତ ହୋଇ ଚାରି ଗୋଟି ଦଳ ଗୋଟାଏ ଗୋଟାଏ ପଏଣ୍ଟ ପାଇଛନ୍ତି। ପ୍ରଥମ ମ୍ୟାଚକୁ ସଞ୍ଜୀବ ସାହୁ ମୂଖ୍ୟ ରେଫାରୀ ଭାବେ ଅନିଲ ଭୋଇ, ରାଜେଶ ଥାନପତି, ସହଯୋଗି ଓ ଅନିତା ମହାକୁଡ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରିଚାଳନା କରିଥିଲେ। ଦ୍ଵିତୀୟ ମ୍ୟାଚକୁ ରାଜେଶ ଥନାପତି ମୁଖ୍ୟ ରେଫରି ଭାବେ ଓ ଅନିଲ ଭୋଇ, ପ୍ରଶାନ୍ତ ସେଠି ସହଜୋଗି ଓ ସଞ୍ଜୀବ ସାହୁ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରି lଚାଳନା କରିଥିଲେ। ଦିଗାମ୍ୱର ଶତପଥି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ଵାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବିକାଶ ପଣ୍ଡା ଓ କ୍ରୀଡ଼ା ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.