ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଅନୁଭୂତ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି, ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ଦ୍ବାରା ଜଳଛତ୍ରର ଆୟୋଜନ କରାଯାଇଅଛି।
ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଆଜି ଆୟୋଜିତ ଏହି ପ୍ରୟାସର ଶୁଭ ଉଦଘାଟନ କରିଥିଲେ ତଥା ସ୍ୱହସ୍ତରେ ପାନୀୟ ଜଳ ଓ ଦହି ସରବତ ବଣ୍ଟନ କରିଥିଲେ। ଏଥିସହ ପାନୀୟଜଳକୁ ପ୍ରଦୂଷଣ ମୁକ୍ତ ରଖିବା, ଏହାର ସଂରକ୍ଷଣ ସହ ପ୍ରଚଣ୍ଡ ଗ୍ରୀଷ୍ମତାପରୁ ନିଜକୁ ସୁରକ୍ଷିତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।ଏଥିରେ ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀଗଣ ସହଯୋଗ କରିବା ସହ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଜଳ ବଣ୍ଟନରେ ସାହାଯ୍ଯ କରିଥିଲେ। ଏହି କାର୍ଯ୍ୟକ୍ରମ, ଗ୍ରୀଷ୍ମପ୍ରବାହ ଶେଷ ପର୍ଯ୍ୟନ୍ତ ଚାଲିବ ଓ ଏହି କାର୍ଯ୍ୟରେ ସ୍ବେଚ୍ଛାକୃତ ଭାବେ ସମସ୍ତଙ୍କୁ ଯୋଗଦେବାକୁ ପରାମର୍ଶ ପ୍ରଦାନ କରିବା ସହ ପ୍ରତିବର୍ଷ ଭଳି ଏହାକୁ ସାମୁହିକ ସହଯୋଗ ଦ୍ବାରା ସଫଳ କରାଯିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି।