ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂସଦ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ତଥା ଜୟପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସମ୍ବାଦିକ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷା ଜାନକୀ ବାଣୁଆ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମୁଣ୍ଡ, ବିଦ୍ୟାଳୟ ସମସ୍ତ ଶିକ୍ଷକ, ତଥା ପୁରାତନ ଛାତ୍ର ସଂସଦ ର ସଭାପତି ସନ୍ତୋଷ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ ‌। ପୁରାତନ ଛାତ୍ର ସଂସଦ ର ସାଧାରଣ ସମ୍ପାଦକ ଲଲିତ କୁମାର ନାଏକ ସ୍ବାଗତ ବକ୍ତବ୍ୟ ଦେବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ଵନ୍ଧରେ ପୁରାତନ ଛାତ୍ର ସଂସଦ ର ସଭାପତି ସନ୍ତୋଷ କୁମାର ନାଏକ ପ୍ରଦାନ କରିବା ପାଇଁ କହିଥିଲେ । ଏହି ସମ୍ବର୍ଦ୍ଧନା ସଭା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ସମୁହ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦ ତରଫରୁ ବିଦ୍ୟାଳୟ ର ଉନ୍ନତି ତଥା ଶିକ୍ଷକ ସମସ୍ୟା ସମ୍ବନ୍ଧରେ ଅତିଥି ସମୁହ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ୧୯୮୮ ମସିହାରେ ସ୍ଥାପିତ ହୋଇ ବର୍ତ୍ତମାନ ୩୫ ବର୍ଷ ରେ ପଦାର୍ପଣ କରି ଥିବା ବେଳେ ଶିକ୍ଷକ ଅଭାବ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନ କରିବାରେ ସମସ୍ୟା ଦେଖାଦେଇଛି ବୋଲି ସଭାରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ଲଲିତ କୁମାର ନାଏକ ପ୍ରାରମ୍ଭିକ ସଭା ପରିଚାଳନା କରିଥିବା ବେଳେ ବୁଦ୍ଧିରାମ ନାଏକ ପରବର୍ତ୍ତୀ ପରିଚାଳନା ଦାୟିତ୍ୱ ନେଇଥିଲେ । ପରେପରେ ବିଦ୍ୟାଳୟ ର ସସ୍କୃତ ଶିକ୍ଷକ ସୁରେନ୍ଦ୍ର କୁମାର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଉତ୍ତରୀୟ ସହିତ ଅଗ୍ରପୂଜ୍ୟ ଗଣେଶ ପ୍ରଦାନ ପୂର୍ବକ ଭାବ ବିହ୍ୱଳ ହୋଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.