ଶାନ୍ତିକାନନରେ ଉନ୍ମୋଚିତ ହେଲା ଶାଶୁ–ବୋହୂ ସଂପର୍କର ଏକ ମନୋଜ୍ଞ ସଂକଳନ ‘ସୁବର୍ଣ୍ଣ ସେତୁ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସଂପ୍ରତି କବିତୀର୍ଥ ଶାନ୍ତକାନନ ଠାରେ ମମତା ମହାପାତ୍ର ଓ ବିଜୟିନୀ ସିଂହଦେଓଙ୍କ ମିଳିତ ସଂପାଦନାରେ ଶାଶୂ–ବୋହୂ ସଂପର୍କର ଏକ ମନୋଜ୍ଞ ସଂକଳନ ‘ସୁବର୍ଣ୍ଣ ସେତୁ’ ଉନ୍ମୋଚିତ ହୋଇଯାଇଛି। ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବରେଣ୍ୟ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଉଦ୍‌ଘାଟକ ଭାବରେ ଯୋଗଦେଇଥିଲେ। ପୁସ୍ତକଟିକୁ ଉନ୍ମୋଚନ କରି ଡକ୍ଟର ମହାନ୍ତି କହିଲେ ଯେ ସଂପ୍ରତି ସମାଜରେ ଶାଶୁ– ବୋହୂ ମଧ୍ଯରେ ତିକ୍ତ ସଂପର୍କ ଯୋଗୁଁ ଅନେକ ସୁନାର ସଂସାର ଉଜୁଡ଼ି ଯାଉଛି। ଏହି ପରିସ୍ଥିତିରେ ଉକ୍ତ ପୁସ୍ତକଟିରେ ସଂକଳିତ ଲେଖାଗୁଡ଼ିକ ଅନେକ ତାତ୍ପର୍ଯ୍ୟ ବହନ କରିବା ସହିତ ସମାଜ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

ସମୀକ୍ଷକ ଭାବେ ବିଶିଷ୍ଟ ଗବେଷକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରାଣିକ କଥାବସ୍ତୁ ଆଧାରରେ ଶାଶୁ–ବୋହୂଙ୍କ ମଧ୍ୟରେ ମଧୁର ସଂପର୍କର ଉଦାହରଣ ଦେବା ସହିତ ପୁସ୍ତକରେ ସଂକଳିତ ୫୫ ଗୋଟି ଆଲେଖ୍ଯ ସାଂପ୍ରତିକ ପରିସ୍ଥିତିରେ ଅନେକ ଗୁରୁତ୍ଵ ବହନ କରେ ବୋଲି ମତବ୍ୟକ୍ତ କରିଥିଲେ। ‘ଅକ୍ଷାଂଶ’ର ସଂପାଦକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ସଂପ୍ରତି ସମାଜରେ ଯୌଥ ପରିବାରଗୁଡ଼ିକ ଭାଙ୍ଗିଯାଇ ଅଣୁ ପରିବାର ସୃଷ୍ଟି ହେଉଥ‌ିବାରୁ ପରିବାର ମଧ୍ୟରେ ସ୍ନେହ ସୌହାର୍ଘ୍ୟ ଆଗ ଭଳି ପରିଲକ୍ଷିତ ହେଉନାହିଁ।

Pearl dental clinic
Near Ashish Medical Store, Bhawanipatna

ଏବେ ଅଧୂକାଂଶ ପରିବାରରେ ଶାଶୁ–ବୋହୂଙ୍କ ମଧ୍ୟରେ ସୁସଂପର୍କ ତ ଦୂରର କଥା, ସେମାନଙ୍କ ମଧ୍ଯରେ ସାମାନ୍ୟତମ ସ୍ନେହ ଶ୍ରଦ୍ଧାର ଘୋର ଅଭାବ ଦେଖାଯିବା ସହିତ ବୃଦ୍ଧାବସ୍ଥାରେ ଜରାନିବାସ ହିଁ ଶାଶୁ ଶ୍ଵଶୁରଙ୍କ ଅନ୍ତିମ ଠିକଣ ପାଲଟି ଯାଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ‘ସୁବର୍ଣ୍ଣ ସେତୁ’ ପୁସ୍ତକ ପୁସ୍ତକଟି ପ୍ରକାଶ କରିବାର ସାମାଜିକ ଦାୟିତ୍ଵ ନିର୍ବାହ କରିଥୁବାରୁ ଉଭୟ ସଂପାଦିକାଙ୍କୁ ସେ ପ୍ରଶଂସା କରିଥିଲେ।

Udyog Nursery
Udyogi Nursery

ପ୍ରାରମ୍ଭରେ ଯୁଗ୍ମ ସଂପାଦକ ରାଜେଶ ଗିରି ଅତିଥୁମାନଙ୍କୁ ମଞ୍ଚ ଆବାହନ କରିଥିଲେ। ମମତା ମହାପାତ୍ର ପୁସ୍ତକଟିର ପ୍ରକାଶନ ସଂପର୍କରେ ନିଜର ବକ୍ତବ୍ୟ ରଖୁଥ‌ିବା ବେଳେ ପରିଷଦର ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍‌ସୂଚନା ପ୍ରଦାନ କରିଥିଲେ।

ଶେଷରେ ଅନ୍ୟତମ ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଶତାଧିକ ସାରସ୍ଵତ ସାଧକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.