ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରୀନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଚାଚେର ବେଙ୍ଗ ଗ୍ରାମର ଦାଦନ ଶ୍ରମିକ ମାନଙ୍କୁ ତେଲେଙ୍ଗାନାର ଇଟାଭାଟି ମାଲିକ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ନେଇ ବେଲପଡା ଥାନାରେ ଅଭିଯୋଗ ହୋଇଛି I ଅଭିଯୋଗ ଅନୁସାରେ, ବେଲପଡା ଥାନା ତଅଁଳା ଗ୍ରାମର ଦାଦନ ସର୍ଦାର ତପନ ଓରଫ ବଡ଼ ମହାନନ୍ଦଙ୍କ ଜରିଆରେ ଚାଚେରବେଙ୍ଗ ଗ୍ରାମର ନୀଳକଣ୍ଠ ନାଗ, ହରି କୁମ୍ଭାର, ନିତ୍ୟାନନ୍ଦ ସୁନା, ପୁରୁନ କୁମ୍ଭାର ତୁରେକେଲା ଥାନା ର ଧନଞ୍ଜୟ ତାଣ୍ଡିଙ୍କ ସହ ଅନ୍ୟ ଶ୍ରମିକମାନେ ଦାଦନ ଖଟିବାକୁ ଯାଇଥିଲେ I ଏଥି ପାଇଁ ଏମାନେ ମୁଣ୍ଡ ପିଛା ୪୦ହଜାର ଟଙ୍କା ଲେଖାଏଁ ଅଗ୍ରିମ ନେଇ ତେଲେଙ୍ଗାନା ରାଜ୍ୟ ନାରାୟଣପେଟ ଜିଲ୍ଲା ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ I ସେଠାରେ ଚନ୍ଦ୍ର ପଶାୟତ ନାମକ ଜଣେ ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲା I ଏ ନେଇ ଶ୍ରମିକମାନେ ଓଡିଶା ପ୍ରଶାସନ ପାଖରେ ହାରିଗୁହାରି କଲାପରେ ଶ୍ରମିକମାନେ ଉଦ୍ଧାର ହୋଇ ନିଜ ଗ୍ରାମକୁ ଫେରିଛନ୍ତି I ଥାନାକୁ ଆସି ସେମାନେ ଦାଦନ ସର୍ଦାର ନାମରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି I