ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ଥାନା ଅଞ୍ଚଳରେ ଗଣ ଦୁଷ୍କର୍ମ ରେ ଶିକାର ହୋଇଥିବା ଯୁବତୀ ଙ୍କୁ ନ୍ୟାୟ ପାଇଁ କଳାହାଣ୍ଡି ବଙ୍କା ସମାଜ ପକ୍ଷରୁ ଜୁନାଗଡ ରେଣ୍ଡୋ ମାଝୀ ସାଂସ୍କୃତିକ ଭବନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପରେ ସମାଜର କର୍ମକର୍ତ୍ତା, ବୁଦ୍ଧିଜୀବୀ,ମ ହିଳା, ଯୁବଗୋଷ୍ଠୀ ଓ ଅଲ୍ ଓଡିଶା ସେଡୁଲ କାଷ୍ଟ ଫେଡେରେସନ ସଂଗଠନର କର୍ମକର୍ତ୍ତା ଥାନା କୁ ଯାଇ ଏ ମର୍ମ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ଆଗକୁ ପୋଲିସ ତଦନ୍ତ ରେ ଅବହେଳା କଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଦାବି ପତ୍ର ପ୍ରଦାନ ବେଳେ ବଙ୍କା ସମାଜ ସଭାପତି ବିମ୍ବାଧର ପ୍ରଧାନୀ, ସମ୍ପାଦକ ଯାମିନୀ କାନ୍ତ ଲେଞ୍ଜିଆ, ଉପସଭାପତି ବାମଦେବ ପୂଜାରୀ, ବିରେନ୍ଦ୍ର ବେହେରୁକ, ହିମାଂଶୁ ପୂଜାରୀ, ଆଇନଜୀବୀ ଗୁଣନିଧି ପ୍ରଧାନିି, ଅଲ୍ ଓଡିଶା ସେଡୁଲ କାଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପ,ସତ୍ୟ ବୈଶ୍ୟ, ସୁନ୍ଦରଲାଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ।