•’ପୁସ୍ତକ ହିଁ ଆନନ୍ଦ ଓ ସମୃଦ୍ଧିର ସବୁ ଦ୍ବାରକୁ ଉନ୍ମୁକ୍ତ କରିଥାଏ’, କହିଲେ ଅତିଥି
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବହି ପରି ବନ୍ଧୁ ନାହିଁ କି ବହିର ବିକଳ୍ପ ନାହିଁ । ବହି ଯାହା ଦିଏ, ତାହା କେହି ବି ଦେଇପାରନ୍ତି ନାହିଁ । ବହି ଶିକ୍ଷା ଦିଏ, ଆନନ୍ଦ ବି ଦିଏ। ବହି ସୂଚନା ବି ଦିଏ, ସମୃଦ୍ଧି ବି ଦିଏ । ବହି ଜୀବନର ସବୁ ବନ୍ଦ ଦ୍ବାରକୁ ମୁକୁଳା କରେ ବୋଲି ପୁସ୍ତକ ପ୍ରକାଶନ ପ୍ରତିଷ୍ଠାନ ‘ବିଦ୍ୟାଭାରତୀ’ ଓ ‘ବହିଘର’ ଆନୁକୂଲ୍ୟରେ ଏହାର ସଭାଗୃହରେ ଅନୁଷ୍ଠିତ ଓଡ଼ିଶା ସରକାରଙ୍କ ଦ୍ବାରା ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ’ର ୯ମ ଦିବସରେ ‘ଆସ ବହିଟିଏ କିଣିବା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଅତିଥି ବକ୍ତାମାନେ ଏହି ମତ ବ୍ୟକ୍ତ କରିଛନ୍ତି । ଯେଉଁ ଦେଶରେ ଯେତେ ଅଧିକ ସଂଖ୍ୟାରେ ପାଠାଗାର ସ୍ଥାପିତ, ସେ ଦେଶରେ ସେତେ ଅଧିକ ସଂଖ୍ୟକ ନୋବେଲ୍ ବିଜୟୀ ସୃଷ୍ଟି ହୋଇଛନ୍ତି ବୋଲି ମଧ୍ୟ ସେମାନେ କହିଛନ୍ତି । ‘ଵିଦ୍ୟାଭାରତୀ’ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଭୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ କବି ପ୍ରଶାନ୍ତ ଦାସ, କବି ଡକ୍ଟର କାଳୀପଦ ପଣ୍ଡା, ସାମାଜିକ କର୍ମୀ ବିକ୍ରମ ପଣ୍ଡା, ‘ମାସ୍’ର ବରିଷ୍ଠ ସଦସ୍ୟ ବିଜୟ ଦାସ ଅଧିକାରୀ, ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ହରିପଦ ଭୂୟାଁ, ଅଭିନେତା ଦେବ୍, ସମାଜସେବୀ ପ୍ରସନ୍ନ ପାତ୍ର, ‘ବୀର ଓଡ଼ିଆ’ର ସଭାପତି ଜ୍ୟୋତିର୍ବିଦ୍ ମନ୍ମଥ ମିଶ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକର ଉପାଦେୟତା ଏବଂ ପୁସ୍ତକ କ୍ରୟ ଓ ପଠନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସମାଜସେବୀ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ‘ବହିଘର’ର ନିର୍ଦ୍ଦେଶିକା ମଞ୍ଜୁଲତା ବଳ, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, କବି ପ୍ରଭାକର ସାହୁ, ପଦ୍ମଲୋଚନ ପ୍ରଧାନ, ଏବିଇଓ କୃଷ୍ଣା ପ୍ରଧାନ, ଦେବାଶିଷ ସିଂହ, ତୃପ୍ତିରାଣୀ ପାତ୍ର, ଦିଲ୍ଲୀପ ଦାସ,ଲଳିତ ମୋହନ ଦାସ, ଚିଦାନନ୍ଦ ଅର୍ପିତା, ମଧୁସୂଦନ ମିଶ୍ର, ହିମାଂଶୁ ବରେନଓ୍ବାଲ୍ , ପ୍ରଣିତା ମିଶ୍ର, ଗୁରୁଦତ୍ତ ମିଶ୍ର, କୁଞ୍ଜ ଗୋଚ୍ଛାୟତ, ଶେଖ୍ ଜାଫର୍, ରାଜେଶ ଗିରି, ବିଦ୍ୟାଧର ନାୟକ, ପ୍ରବୀର କମିଳା, ଡାକ୍ତର ତୁହିନା ତ୍ରିପାଠୀ, ତରୁପ୍ରଭା ଦାସ, ବନଶ୍ରୀ ଦାସ, ପ୍ରାଣବିନ୍ଦୁ ଦାସ, ଡକ୍ଟର ସଂଗୀତା ନନ୍ଦ, ସୂର୍ଯ୍ୟକାନ୍ତ ଷଣ୍ଢ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲକ୍ଷ୍ୟେ ଏକ ପୁସ୍ତକ ପ୍ରଦର୍ଶନୀ ମଧ୍ୟ ‘ବହିଘର’ ପରିସରରେ ଆୟୋଜିତ ହୋଇଥିଲା । ‘ବିଦ୍ୟାଭାରତୀ’ର ନିର୍ଦ୍ଦେଶକ ଅଭୟ ଦାସଙ୍କ ଜନ୍ମଦିନ ପାଳନ ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଶୁଭେଚ୍ଛୁମାନେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।