ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଅବସରରେ ଗୋଲାମୁଣ୍ଡା କଳାକାର ସମ୍ମାନିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ): ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟ ରେ ଓଡିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଗତକାଲି ଥିଲା ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଏକ ସାଂସ୍କୃତିକ ସଭା ଆୟୋଜିତ ହୋଇ ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରୁ ଜଣେ ବରିଷ୍ଠ କଳାକାର ଙ୍କୁ ସମ୍ମାନିତ କରାଯାଇଅଛି। ଗୋଲାମୁଣ୍ଡା ବ୍ଲକ୍ ମାନଝରି ଗ୍ରାମ ର ଏକମାତ୍ର ବରିଷ୍ଠ ଲୋକଗୀତ ଗୀତିକାର ଓ ଗାୟକ ତୁଳସିରାମ ଅଘ୍ରିଆ ଏହି ଅବସର ରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ସମ୍ମାନ ପାଇଁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀଧର ପଣ୍ଡା,ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ତଥା ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରହାସ୍ୟ ବିହାରୀ ସମ୍ମାନିତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।କଳାକାରଙ୍କ ଏହି ସଫଳତା ପାଇଁ ଅଞ୍ଚଳ ରେ ଖୁସିର ଲହରି ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.