କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଙ୍କ କରକମଳରେ ହୋଇ ଯାଇଛି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବଡ଼ପୋଡ଼ାଗୁଡ଼ା, ଆମପାଣି ଓ ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆଭାସି ମାଧ୍ୟମରେ ଏହାର ଶୁଭାରମ୍ଭ ହୋଇଛି। ବଡ଼ପୋଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଜମୁନା ନାଏକ, କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ତତ୍ତ୍ବଦର୍ଶି ଦାସ, ବଡ଼ପୋଡ଼ାଗୁଡ଼ା ପିଏଚସିର ଡାକ୍ତର ଗୈାରବ କୁମାର ସାହୁ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଅର୍ଜୁନ ଭାଟି, ଚକ୍ରଧର ବେଶ୍ରା, ଫାର୍ମାସିଷ୍ଟ ଜିତେନ୍ଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅତିଥି ମାନେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୯ ହଜାର ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସେହିପରି ଆମପାଣିଠାରେ କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, ଡାକ୍ତର ଧନେଶ୍ଵର ଟୁଡୁ, ଫାର୍ମାସିଷ୍ଟ ସ୍ୱପ୍ନେନ୍ଦୁ ମୁଣ୍ଡ,ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସନ୍ତୋଷ ମାଝୀ, ପିଏଚ୍ଇଓ ସର୍ମିଲା ଛତ୍ରୀଆ, ଗୋପିଚନ ନାଏକ, ଗରୁଡଧ୍ବଜ ମାଝୀ ପ୍ରମୁଖ ଯୋଗଦେଇ ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ବାଣ୍ଟନ କରିଥିଲେ। ଲଡୁଗାଁ ପିଏଚସି ଠାରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଡାକ୍ତର ଶିବାନନ୍ଦ ନାଏକ, ତହସିଲଦାର କ୍ଷିରୋଦ ବିହାରୀ ଭାରତ ନାଗ, ବିଜେପି ନେତା ତ୍ରିନାଥ ଶବର, ମଣ୍ଡଳ ସଭାପତି ବସନ୍ତ ନାଗ, ଫାର୍ମାସିଷ୍ଟ ବିନୋଦ ନାଏକ, ସ୍ବାସ୍ଥ୍ୟ କର୍ମୀ କେତନ ପାତ୍ର, ଶ୍ରବଣ ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମଚାରୀ ସମେତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.