ବାସାହେବ ଏକ ବିଚକ୍ଷଣ ପ୍ରତିଭାର ଅଧିକାରୀ । ତମାମ ଜୀବନରେ ସ୍ଵାଭିମାନ ସହ ଜୀବନଧାରଣ କରି ଅନ୍ୟମାନଙ୍କୁ ପ୍ରେରିତ କରିଛନ୍ତି । ଶିକ୍ଷା ସାଧନ କ୍ଷେତ୍ରରେ ଅନେକ ବାଧାବିଘ୍ନ ଦେଇ ଗତିକରି ମଧ୍ୟ ସର୍ବୋଚ୍ଚ ସୋପାନକୁ ପହଞ୍ଚି ପାରିଥିବା ଏକ ମହାନ ବିଭୂତି । ତାଙ୍କ ପରି ବିଲକ୍ଷଣ ପ୍ରତିଭାର ଅଧିକାରୀ ବିରଳ । ୨୦୧୨ ମସିହାରେ ଏକ ସର୍ଭେରୁ ଗ୍ରେଟେଷ୍ଟ ଇଣ୍ଡିଆନ୍ ଭାବରେ ଆମ୍ବେଦକ ଘୋଷିତ ହୋଇଥିଲେ ଯେଉଁଠି ହାରାହାରି ୨୦ ମିଲିୟନ ଲୋକ ଭୋଟ ଦେଇଥିବା ତାଙ୍କ ଜନପ୍ରିୟତାର ନିଦର୍ଶନ ଅଟେ । ଭାରତର ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଇ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ଫାଦର ଅଫ ମାଇଁ ଇକୋନୋମିକସ୍ ବୋଲି ବାବାସାହେବଙ୍କୁ ଅଭିହିତ କରିଛନ୍ତି ।
ଆଧ୍ୟାତ୍ମିକ ଗୁରୁ ଓସୋ ଏକ ବାଗ୍ମୀ ଓ ପ୍ରଖର ଧୀସମ୍ପନ୍ନ ବ୍ୟକ୍ତି ଭାବରେ ବାବାସାହେବଙ୍କୁ ସମ୍ବୋଧନ କରିଥିଲେ । ୨୦୧୦ ମସିହାରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସି ବାବାସାହେବଙ୍କୁ ମାନବବାଦୀ ଭାରତୀୟ ସମ୍ବିଧାନର ନିର୍ମାତା ଭାବେ ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିଥିଲେ । ଅମ୍ବେଦକରଙ୍କୁ ନେଇ ଅନେକ ଚଳଚ୍ଚିତ୍ର, ନାଟକ ଓ ପୁସ୍ତକ ପୁସ୍ତକ ରଚନା ହୋଇଛି । ପଟେଲଙ୍କ ନିର୍ଦ୍ଦେଶନାରେ ୨୦୦୦ ମସିହାରେ ଡ.ବାବାସାହେବ ଆମ୍ବେଦକରଙ୍କ ଉପରେ ନିର୍ମିତ ସିନେମା ଲୋକପ୍ରିୟତା ହାସଲ କରିଥିଲା । ଏହି ଆତ୍ମଜୀବନୀ ମୂଳକ ସିନେମାକୁ ସରକାରଙ୍କ ତରଫରୁ ପ୍ରଯୋଜନା କରାଯାଇଥିଲା । ବାବାସାହେବଙ୍କ ୧୨୪ତମ ଜନ୍ମ ଦିବସ ଅବସରରେ ୧୪ ଅପ୍ରେଲ ୨୦୧୫ ମସିହାରେ ତାର ହୋମ ପେଜରେ ଡୁଡ଼ୁଲ ଫିଚର ତିଆରି କରି କରିଥିଲା, ଯାହା ଭାରତ, ଚିଲି, ଆୟାରଲ୍ୟାଣ୍ଡ, ପେରୁ, ପୋଲାଣ୍ଡ, ସ୍ଵୀଡେନ ଓ ଇଂଲଣ୍ଡ ପ୍ରଭୃତି ରାଷ୍ଟ୍ରରେ ପ୍ରସିଦ୍ଧ ହୋଇଥିଲା । ବାବାସାହେବ ଅମ୍ବେଦକରଙ୍କ ଅବଦାନ ସମାଜ ପାଇଁ ଅତୁଳନୀୟ ଅଟେ ।
ସେ କେବଳ ଭାରତୀୟ ସମ୍ବିଧାନ ପ୍ରଣୟନ କରିନଥିଲେ ସେ ଥିଲେ ଜଣେ ବିଖ୍ୟାତ ଆଇନ ବିଶାରଦ ଓ ରାଜନୀତିଜ୍ଞ । ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ । ସେ ଯେତେବେଳେ ଶିକ୍ଷା ସମାପ୍ତ କରି ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ପ୍ରଥମେ ସେ ସମାଜରେ ଥିବା ଜାତିପ୍ରଥା ବିରୁଦ୍ଧରେ ଲଢେଇ ଜୋରଦାର୍ କରିଥିଲେ । ସେ ମୂକନାୟକ ନାମକ ଏକ ଖବର କାଗଳ ପ୍ରକାଶ କଲେ । ୧୯୩୬ ମସିହାରେ ଅମ୍ବେଦକର ଇଣ୍ଡିପେଡେଣ୍ଟ ଲେବର ପାର୍ଟି ଗଠନ କରିଥିଲେ । ୧୯୩୭ ମସିହାର ସେଣ୍ଟ୍ରାଲ୍ ଲେଜିସଲେଟିଭ ନିର୍ବାଚନରେ ୧୫ ଗୋଟି ଆସନ ପାଇଥିଲେ । ସେ ଡିଫେନସ୍ ଆଡଭାଇଜରୀ ଜମିଟିର ସଦସ୍ୟ ଭାବରେ ମନୋନୀତ ହେବା ସହ ଭିସୋରୀ ଏକ୍ସକ୍ୟୁଟିଭ୍ କାଉନସିଲର ଲେବର ବିଭାଗର ମନ୍ତ୍ରୀ ହିସାବରେ ମଧ୍ୟ ଅବସ୍ଥାପିତ ହୋଇଥିଲେ। ସେ ସମୟରେ ଭାରତୀୟମାନଙ୍କ ପାଇଁ ଏହା କମ୍ ଗୌରବର କଥା ନଥିଲା I ତାଙ୍କର ପ୍ରଚଣ୍ଡ ପ୍ରତିଭା ପାଇଁ ସମ୍ବିଧାନ ପ୍ରଣୟନ ସଭାର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ତାଙ୍କ ଉଦ୍ୟମରେ ସମ୍ବିଧାନରେ ମୌଳିକ ଅଧିକାର, ରାଷ୍ଟ୍ରୀୟ ନିର୍ଦ୍ଦେଶ ମୂଳକ ନୀତି, ଏକକ ନାଗରିକତ୍ବ, ନିର୍ବାଚିତ ଗଣତାନ୍ତ୍ରିକ ସରକାର, ନମନୀୟ ଓ ଅନମନୀୟ ସମ୍ବିଧାନ, ଅସ୍ପୃଶ୍ୟତା ନିବାରଣ ଆଇନ ପରି ଅନେକ ଉପାଦେୟ ବିଷୟ ସନ୍ନିହିତ କରିଥିଲେ । ୧୯୪୮ ନଭେମ୍ବର ମାସରେ ୩୧୫ ଧାରା ଓ ୮ ପରିଚ୍ଛେଦ ବିଶିଷ୍ଟ ସମ୍ବିଧାନକୁ ସମ୍ବିଧାନ ପ୍ରଣୟନ ସଭାରେ ଉପସ୍ଥାପିତ କରିଥିଲେ । ସମ୍ବିଧାନ ପ୍ରଣୟନ ସଭାରେ ଆଉକିଛି ଧାରା ଯୋଗକରି ୨୬ ନଭେମ୍ବର ୧୯୪୯ ମସିହାରେ ଗ୍ରହଣ କରାଯାଇଥିଲା ।
ଯେଉଁ ସମ୍ବିଧାନ ୨୬ ଜାନୁୟାରୀ ୧୯୫୦ ମସିହାରୁ କାର୍ଯ୍ୟକାରୀ ହେଲା । ଆମର ଏହି ବିଶାଳ ସମ୍ବିଧାନ ପ୍ରଣୟନ ପାଇଁ ଦୁଇ ବର୍ଷ, ଏଗାର ମାସ ଓ ଅଠର ଦିନ ସମୟ ଲାଗିଥିଲା । ଏହି ମହାନାୟକଙ୍କୁ ୫ତାରିଖ ଜୁନ୍ ୧୯୫୨ ମସିହାରେ କଲମ୍ବିଆ ୟୁନିଭରସିଟି “ଡକ୍ଟର ଅଫ୍ ଲ” ଉପାଧ୍ ପ୍ରଦାନ କରିଥିଲା । ଏହା ବ୍ୟତୀତ ଅନେକ ବିଶ୍ଵବିଦ୍ୟାଳୟ ତରଫରୁ ବାବା ସାହେବଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ନିଜ ପସନ୍ଦର ଧର୍ମଗ୍ରହଣ କରିବା ମୌଳିକ ଅଧିକାରରେ ବର୍ଣ୍ଣନା କରାଯାଇଛି । ୧୪ ଅକ୍ଟୋବର ୧୯୫୬ ମସିହାରେ ବାବାସାହେବ ତାଙ୍କର ହଜାର ହଜାର ଅନୁଗାମୀ ସହ ବୌଦ୍ଧ ଧର୍ମଗ୍ରହଣ କରିଥିଲେ । ଶିକ୍ଷାକୁ ଗୁରତ୍ବ ଦେଇଥିବା ବାବାସାହେବ ଅନେକ ଉଚ୍ଚକୋଟୀର ଗ୍ରନ୍ଥ ଲେଖିଯାଇଛନ୍ତି । ସେ ମଧ୍ୟରୁ ପ୍ରମୁଖ କିଛି ଗ୍ରନ୍ଥ ହେଲା କାଷ୍ଟ ଇନ୍ ଇଣ୍ଡିଆ, ଫିଲୋସଫି ଅଫ ହିନ୍ଦୁଜିମ୍, ହୁ ୱେର ଦି ସୁଦ୍ର, ଦି ଏନି ହିଲେସନ ଅଫ କୋଷ୍ଟ, ଦି ବୁଦ୍ଧ ଆଣ୍ଡ ହିଜ ଧାମ ।
ଏହା ବ୍ୟତୀତ ଅନେକ ପ୍ରକାର ସର୍ଜନାର ସ୍ରଷ୍ଟା ହେଉଛନ୍ତି ବାବାସାହେବ । ୧୪ ଅପ୍ରେଲ ୧୮୯୧ ମସିହାରେ ଜନ୍ମଗ୍ରହଣ କରି ସାରା ଜୀବନ ଦଳିତ, ନିଷ୍ପେସିତମାନଙ୍କର ହଜ୍ ପାଇଁ ସଂଗ୍ରାମ କରି ବାବାସାହେବ ୬ ଡିସେମ୍ବର ୧୯୫୬ ମସିହାରେ ପଞ୍ଚଭୂତରେ ବିଲୀନ ହୋଇଥିଲେ । ବାବାସାହେବଙ୍କ ସ୍ମୃତିରେ ଅମ୍ବେଦକର ସ୍ତୁପ, ପ୍ରତିବିମ୍ବ ସ୍ଥଳ, ସଂଗ୍ରହାଳୟ, ଚୈତ୍ୟ ଭୂମି, ମୁମ୍ବାଇ ଠାରେ ବାବାସାହେବଙ୍କ ୧୫୦ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟେଚୁ ଅଫ ଇକ୍ବାଲିଟି ପରି କିର୍ତ୍ତୀରାଜି ନିର୍ମିତ ହୋଇଛି । ଭାରତ ସରକାର ଏହି ମାନବର ତ୍ୟାଗ ଓ ସେବା ପାଇଁ ଭାରତର ସର୍ବୋଚ୍ଚ ସମ୍ମାନ ୧୯୯୦ ମସିହାରେ ରେ ‘ଭାରତ ରତ୍ନ’ ଉପାଧି ପ୍ରଦାନ କରିଥିଲେ । ବାବାସାହେବ ସତରେ ଥିଲେ ଜଣେ ମାନବ ଓ ପ୍ରକୃତ ଜ୍ଞାନର ଅଧିକାରୀ । ସେ କୈାଣସି ସମସ୍ୟାକୁ ଖାତିରି ନକରି ଆଗକୁ ବଢିଥିଲେ, ଯେଉଁଠି ହାତ ଦେଇଛନ୍ତି ସେଠି ସଫଳତା ପାଇଛନ୍ତି।