ଲାଞ୍ଜିଗଡ଼ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି। ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଅବସରରେ ଲାଞ୍ଜିଗଡ଼ ବଜାରପଡ଼ା ସାପ୍ତାହିକ ହାଟ ପ୍ରାଙ୍ଗଣରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଛି। ରବିବାର ସନ୍ଧ୍ୟାରେ ଏଥିପାଇଁ ବଂଶଧାରା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଭକ୍ତ ସାମିଲ ହୋଇଥିଲେ। ଆଜି ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା। ଏଥିରେ କର୍ତ୍ତା ଭାବେ ସୁବାଷ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପିଙ୍କିବାଇ ଅଗ୍ରୱାଲ, ସହକର୍ତ୍ତା ଭାବେ ସନ୍ତୋଷ ଦଣ୍ଡସେନା ଓ ତାଙ୍କ ଧର୍ମପତ୍ନୀ ସରିତା ଦଣ୍ଡସେନା, ପିତାମ୍ବର ଡମବିଶି ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ବ ତୁଲାଉଥିବାବେଳେ ପୂଜକ ଭାବେ ମୁରଲୀଧର ତ୍ରିପାଠୀ ,ଚକ୍ରଧର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ମଧୁସୂଦନ କର, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, କରୁଣାକର ତ୍ରିପାଠୀ, ଟଙ୍କଧର ଦାସ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଶ୍ରୀଧର ପେଶନିଆ, ଚନ୍ଦ୍ରଧ୍ବଜ ପେଶନିଆ, ଶ୍ରୀମୁଖ ଅଗସ୍ତି, ମନୋହର ହରପାଲ, ସମାଜସେବୀ ହରିଶଙ୍କର ପାତ୍ର ସମେତ ପ୍ରହରୀ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଲାଞ୍ଜିଗଡ଼ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.