ଲାଞ୍ଜିଗଡ଼ର ଦୁର୍ଗମ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

ଘର ଉପରେ ଗଛ ପଡ଼ିଲା, ଅଳ୍ପକେ ବର୍ତିଲେ ଦୁଇ ପରିବାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଯାଗାରେ କାଳବୈଶାଖୀ ତାଣ୍ଡବ ଦେଖ‌ିବାକୁ ମିଳିଛି। କାଳବୈଶାଖୀ ସହ ବର୍ଷା,ଘଡ଼ଘଡ଼ି ଓ ତୁହାକୁ ତୁହା ବର୍ଷା ପବନରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ଦେଖୁବାକୁ ମିଳିଛି। କାଳବୈଶାଖୀ ବର୍ଷା, ପବନ ଓ ଘଡ଼ଘଡ଼ି ପ୍ରଭାବରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ଜଗନ୍ନାଥ ନାଏକ ଓ ହେମ ହରିଜନଙ୍କ ଘର ଉପରେ ଏକ ବିରାଟ ବରଗଛ ଉପୁଡି ପଡିଯାଇଥିବା ବେଳେ ଦୁଇ ପରିବାରର ୬ଜଣ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ସୂଚନା ଅନୁସାରେ ଆଜି ଦିନ ଦ୍ୱିପ୍ରହର ହଟାତ ବର୍ଷା, ଘଡଘଡି ସହିତ ଜୋରରେ ପବନ ହୋଇଥିଲା ଯାହାଫଳରେ ଘର ପାଖରେଥିବା ଏକ ବିରାଟ ବରଗଛ ଉପୁଡିଯାଇ ଦୁଇଟି ଘର ଉପରେ ପଡ଼ି ଯାଇଥିଲା। ଘର ଉପରେ ଗଛ ପଡିଯାଇଥିବା ବେଳେ ଦୁଇ ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ। ହେଲେ ଘର ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ଏବେ ଦୁଇ ପରିବାର ବାସହୀନ ହୋଇପଡିଛନ୍ତି। ତେବେ ଏମାନେ ସାଧାରଣ ଗରିବ ଲୋକ ହୋଇ ଥିବାବେଳେ ଘର ସଜାଡିବା ମୁସ୍କିଲ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି। ଯୁଦ୍ଧ କାଳୀନ ଭିତ୍ତିରେ ଉଜୁଡି ଯାଇଥିବା ଘରର ହିତାଧିକାରୀଙ୍କୁ ପଲିଥିନ ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ପ୍ରଶାସନଙ୍କୁ ଗୁହାରି କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.