ଷୋଳଘର ରାଜୀବ ଗାନ୍ଧୀ ସେବକେନ୍ଦ୍ରରେ ସେକ୍ଟର ସ୍ତରୀୟ ପୋଷଣପଖୱାଡା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ପ୍ରୋଜେକ୍ଟ ଅନ୍ତର୍ଗତ ଷୋଳଘର ପଞ୍ଚାୟତର ରାଜିବ ଗାନ୍ଧି ସେବାକେନ୍ଦ୍ର ଠାରେ ସେକ୍ଟର ସ୍ଥରିୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ପ୍ରୋଜେକ୍ଟର ସିଡିପିଓ ଲଳିତା ମଲ୍ଲିକ ଯୋଗ ଦେଇ ଥିଲେ।

Omkar Vasthu
Omkar Vasthu

ଷୋଳଘର ପଞ୍ଚାୟତର ସମିତି ସଭ୍ଯ ପ୍ରମୋଦ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେକ୍ଟର ସୁପରଭାଇଜର ଶ୍ରୀମତୀ ପଦ୍ମାବତୀ ଦେବୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ରେ କାର୍ଯ୍ୟକ୍ରମଟି ଷୋଳଘର ପଞ୍ଚାୟତର ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ଦ୍ବାରା ପରିଚାଳିତ ହୋଇ ଥିଲା।

Pearl dental clinic
Near Ashish Medical Store, Bhawanipatna

ସ୍ଥାନିୟ ଓ୍ବାର୍ଡ ସଭ୍ୟମାନେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମାନେ ନିଜ ନିଜ କେନ୍ଦ୍ରରେ ପୋଷଣ ଯୁକ୍ତ ମାଣ୍ଡିଆ ସହିତ ବିଭିନ୍ନ ସାମାନ ରେ ତିଆରି ପ୍ରସ୍ତୁତି ଖାଦ୍ୟ, ତା ସହିତ ଚୁଡ଼ା, ମୁଢ଼ି, ଉପମା, ଚାଉଳରୁ ପ୍ରସ୍ତୁତି ବିଭିନ୍ନ ପିଠା, ପନିପରିବାରୁ ପ୍ରସ୍ତୁତ ଡାଲମା, ସନ୍ତୁଳା,

Udyog Nursery
Udyogi Nursery

ଘାଣ୍ଟ ତରକାରୀ, ସାଲଟ, କାଞ୍ଜି, ଶାଗ, ମୁଗ ବିରି,ଫଳ ଜୁସ, ଡାଲିଜାତୀୟ ରୁ ନିର୍ମିତ ବିଭିନ୍ନ ପିଠା ଭଳି ଅନେକ ଖାଦ୍ୟ ପ୍ରଦର୍ଶନୀ କରି କିଶୋରୀ ବାଳିକା, ମହିଳା ମାନଙ୍କୁ ପୋଷୋଣ ଖାଦ୍ୟ ଉପରେ ମତ ଦେଇ ସରଳୀ କରଣ ଭାବେ ବୁଝାଇଥିଲେ।

ମାତ୍ରାଧିକ ଆଇରନ ଯୁକ୍ତ ଖାଦ୍ୟ ପାଇବାକୁ ହେଲେ ନିଜ ବାଡ଼ି ବଗି ଚାରେ ପନିପରିବା ଚାଷ କାର୍ଯ୍ୟ କରିବାର ଆବଶ୍ୟକ‌ତା ଅଛି । ବାହାର ଖାଦ୍ୟ ନଖାଇବା କିଶୋରୀ ବାଳିକା, ଗର୍ଭବତୀ ମା ଙ୍କ ସ୍ବାସ୍ଥ୍ୟ ପ୍ରତି ଭଲଅଟେ । ଏହି କାର୍ଯ୍ୟକ୍ରମ ରେ ସେକ୍ଟର ଷ୍ଟେତୀୟ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.