ଅଜଣା ରୋଗରେ ଧାନ ଫସଲ ନଷ୍ଟ; ଜିଲ୍ଲାପାଳଙ୍କୁ ଚାଷୀ ସଂଗଠନର ଦାବୀ ପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅଞ୍ଚଳରେ ଅଜଣା ରୋଗରେ ଧାନ ଫସଲ ନଷ୍ଟ ଏଵଂ କୌଣସି କୀଟନାଶକ ଔଷଧ ମଧ୍ୟ କାମ ଦେଉ ନ ଥିବାରୁ ରାମପୁର ପ୍ରାଥମିକ ସେବା ସମବାୟ ସମିତି ର ବିଭିନ୍ନ ଚାଷୀ ସଂଗଠନର ଶତାଧିକ ଚାଷୀ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଧାନ ଫସଲ କ୍ଷୟକ୍ଷତିର ଉଚିତ ପ୍ରାପ୍ୟ ପ୍ରଦାନ ସହ ଅଜଣା ରୋଗକୁ ଚିହ୍ନଟ କରି ସବସିଡିରେ କୀଟ ନାଶକ ଔଷଧ ଯୋଗାଇବା ଓ କ୍ଷୟକ୍ଷତିର ସଠିକ୍ ଆକଳନ ସହ ଉଚ୍ଚ ସ୍ତରୀୟ ତଦନ୍ତ କରି ଶୀଘ୍ର ଫସଲ ବୀମା ଯୋଗାଇବାକୁ ଦାବୀ କରି ଚାଷୀ ମାନେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୁବର୍ଣ୍ଣପୁର ଏଡିଏମ୍ ଅଞଳିନା ପଧାନଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ଜିଲ୍ଲା କୃଷି ବିଭାଗ ଡେପୁଟି ଡାଇରେକ୍ଟରଙ୍କୁ ମଧ୍ୟ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ଓ ସମସ୍ୟା ସମାଧାନ ପାଇଁ ଉଭୟ ଙ୍କ ସହିତ ଚାଷୀ ନେତା ମାନେ ଆଲୋଚନା କରିଥିଲେ। ରାମପୁର ପ୍ରାଥମିକ ସେବା ସମବାୟ ସମିତିର ସଭାପତି ଉମେଶ ପୁଝାରୀ, ସଂପାଦକ ସରୋଜ ମେହେର, ଉପଦେଷ୍ଟା କୃପାସିନ୍ଧୁ ପୁଝାରୀ, ସରପଞ୍ଚ ମନୋଜ ପୁରୋହିତଙ୍କ ନେତୃତ୍ବରେ ଆଜି ରାମପୁର, କଟାପାଲି, ଅମନମୁଣ୍ଡା, ନାଇକେନପାଲି, ଷଣ୍ଢଟିକ୍ରା, ତେଲିଟିକ୍ରା ପ୍ରଭୃତି ଗାଁ ର ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.