ଭିଜିଲାନ୍ସ ପଞ୍ଝାରେ ସହକାରୀ ମତ୍ସ୍ୟ ଅଧିକାରୀ; ନଗଦ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଲାଂଚନେଇ ଧରାପଡିଲେ ସହକାରୀ ମତ୍ସ୍ୟ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପ୍ରଧାନ ଗୁରୁବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ପଂଚାୟତର ରାଧାପୁର ଗାଁର ମାଁ ମେଟାକାନୀ ସ୍ୱୟଂ ସହାୟକ ଗୋଷ୍ଠୀର ମାଛ ଜାଆଁଳ ପାଇଁ ରିହାତିି ଟଙ୍କା ମଞ୍ଜୁର କରିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ପୁର୍ବରୁ ଏହି ସ୍ୱୟଂ ହାୟକ ଗୋଷ୍ଠିର ପ୍ରଥମ କିସ୍ତି ଟଙ୍କା ମଂଜୁର ହୋଇସାରିଥିବା ବେଳେ ଦ୍ୱିତୀୟ କିସ୍ତି ଟଙ୍କା ମଞ୍ଜୁର ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ୪୫ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଫଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୁର୍ବ ଯୋଜନା ମୁତାବକ ଗୁରୁବାର ଦିନ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଏବଂ ଜଣେ ବେସରକାରୀ ସହଯୋଗୀ ବାବୁଲା ବାରିକକୁ ଭିଜିଲନ୍ସ ବିଭାଗ ମାଡି ବସିଥିଲା। ପରେ ତାଙ୍କ ସୋନପୁର ସ୍ଥିତ ଭଡାଘରୁ ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା ଏଵଂ ତାଙ୍କ ଠାରୁ ୪୮ ହଜାର ୬୧୦ ଟଙ୍କା ସମୁଦାୟ ମିଶି ୪ଲକ୍ଷ ୭ ହଜାର ୩୧୦ ଟଙ୍କା ନଗଦ ଜବତ କରିଛି ବିଭାଗ ଓ ଏନେଇ ସମ୍ବଲପୁର ଭିଜିଲାନ୍ସ ରେ P.S- Case No.10 Dt- 30.04.2025 under Sections 7/12PC (Amendment) Act, 2018ରେ ମାମଲା ଦାୟର କରିବା ସହ ଉଭୟଙ୍କୁ ସୋନପୁର ସ୍ଥିତ ଜିଲ୍ଲା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ତଦନ୍ତ କଲା ପରେ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.