ଜୟପାଟଣା ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ମୁଖିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ଠାକୁରଙ୍କ ସଭାପତିତ୍ବରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସମାଜ ସେବୀ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବରେ ଜୟପାଟଣା ବ୍ଲକ ଶିକ୍ଷକ ସଂଘର ସାଙ୍ଗଠନିକ ସମ୍ପାଦକ ଲଲିତ କୁମାର ନାଏକ, ବି ଆର୍ ସି ସି ସୁରେନ୍ଦ୍ର ମୋହନ ଯୋଶୀ, ବରିଷ୍ଠ ସହାୟକ ଶୋଭା ରାମ ଜାଲ, ସହ ସହାୟକ ବିଶ୍ବନାଥ ପାଢ଼ୀ, ସି ଆର୍ ସି ସି ଦୁର୍ଯୋଧନ ବାଣୁଆ, ତାପସ ପଣ୍ଡା, ଦେବେନ୍ଦ୍ର ରାଉତ, ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ବିଦାୟକାଳୀନ ସମ୍ବର୍ଦ୍ଧନାରେ ଶିକ୍ଷକ ସୁବାସ ସାହୁ, ଯଶୋବନ୍ତ ପଣ୍ଡା, ରତନ ଶବର, ମୁରଲୀଧର ସାହୁ, ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ ଉପଢୌକନ ପ୍ରଦାନ କରାଯାଇଥିବା ବେଳେ ମୁଖିଗୁଡା କ୍ଳଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ରଶ୍ମିତା ବେହେରା, ସୁବୋଧ ପଣ୍ଡା, ମାନସିଂହ ଶବର,ଚମାର ସେଠି, ମନସ୍ବିନୀ ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷକ ସଞ୍ଜୟ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ରଶ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.